30.1 C
Bhubaneswar
Tuesday, October 13, 2026
Homeଓଡିଶାବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ରୋକିବାକୁ ଏସ୍‌ମା ଲାଗୁ ନିର୍ଦ୍ଦେଶ

ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ ରୋକିବାକୁ ଏସ୍‌ମା ଲାଗୁ ନିର୍ଦ୍ଦେଶ

ଭୁବନେଶ୍ବର: ବିଦ୍ୟୁତ୍ ବଣ୍ଟନ କ୍ଷେତ୍ରରେ କର୍ମଚାରୀଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏସ୍‌ମା (ESMA) ଆଇନର କଡ଼ାକଡ଼ି ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଛି ଶକ୍ତି ବିଭାଗ । ଏନେଇ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଳ କୁମାର ଦେବ ପୁଲିସ ଡିଜିଙ୍କୁ ଚିଠି ଲେଖିଛନ୍ତି ।ଟିପିସିଓଡିଏଲ୍‌ ଅଧୀନରେ ଅକ୍ଟୋବର ୧ ତାରିଖରୁ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ମହାସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହା ଫଳରେ ବିଦ୍ୟୁତ୍ ସେବା ବ୍ୟାହତ ହେବା ସହ ଆଇନଶୃଙ୍ଖଳା ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।ବିଦ୍ୟୁତ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ଏହାର ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିବାକୁ ଶକ୍ତି ବିଭାଗ ଗୁରୁତ୍ୱ ଦେଇଛି। ଏଥିସହ ଏସ୍‌ମା ଆଇନର ଉଲ୍ଲଂଘନ ହେଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking