30.1 C
Bhubaneswar
Tuesday, October 13, 2026
Homeଓଡିଶାଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚିବ ନ୍ୟାୟିକ ସେବା: ହାଇକୋର୍ଟ ପକ୍ଷରୁ ଆରମ୍ଭ ହେଲା ଇ-ସେବା ଭ୍ୟାନ୍

ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚିବ ନ୍ୟାୟିକ ସେବା: ହାଇକୋର୍ଟ ପକ୍ଷରୁ ଆରମ୍ଭ ହେଲା ଇ-ସେବା ଭ୍ୟାନ୍

ଭୁବନେଶ୍ୱର : ଦିବ୍ୟାଙ୍ଗଙ୍କୁ ଆଉ ନ୍ୟାୟ ପାଇଁ କୋର୍ଟକୁ ଦୌଡ଼ିବାକୁ ପଡ଼ିବନି । ଏଣିକି ସେମାନଙ୍କ ପାଖରେ ପହଞ୍ଚିବ ନ୍ୟାୟିକ ସେବା । ଏଥିପାଇଁ ଆରମ୍ଭ ହୋଇଛି ମୋବାଇଲ୍ ଇ-ସେବା ଭ୍ୟାନ୍ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଏହି ସେବାର ଶୁଭାରମ୍ଭ କରିଛନ୍ତି ।ପ୍ରଥମ ପର୍ଯ୍ୟାୟରେ ଦୁଇଟି ଇ-ସେବା ଗାଡ଼ି ଚଳାଚଳ ଆରମ୍ଭ କରିଛି। ଆଗାମୀ ଦିନରେ ଏହି ସେବାକୁ ସାରା ରାଜ୍ୟରେ ଉପଲବ୍ଧ କରାଇବାକୁ ଯୋଜନା ରହିଛି । ଏହି ଇ-ସେବା ଭ୍ୟାନ୍‌ରେ ଅଡିଓ, ଭିଡିଓ କନଫରେନ୍ସ ଓ ଏଲ୍‌ଇଡି ସ୍କ୍ରିନ୍‌ର ସୁବିଧା ରହିଛି । ଭ୍ୟାନ୍‌ଟି ହାଇକୋର୍ଟରୁ ସିଧାସଳଖ ଦିବ୍ୟାଙ୍ଗଙ୍କ ପାଖରେ ପହଞ୍ଚିବ । ଏହାଦ୍ୱାରା ଦିବ୍ୟାଙ୍ଗମାନେ କୋର୍ଟକୁ ନଆସି ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ସାକ୍ଷ୍ୟ ଦେଇପାରିବେ । ଏଥିସହ କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ମଧ୍ୟ ପାଇପାରିବେ । ପ୍ରଥମ ଦିନରେ ଦୁଇଟି ଇ-ସେବା ଭ୍ୟାନ୍ କଟକର ପାଗା ଓ ଫୁଲନଖରା ଅଞ୍ଚଳରେ ପହଞ୍ଚି ଦିବ୍ୟାଙ୍ଗଙ୍କୁ ସେବା ଯୋଗାଇଛି । ଏହାସହ ଲୋକଙ୍କୁ ଆଇନଗତ ସହାୟତା ଓ ନ୍ୟାୟିକ ସେବା ସମ୍ପର୍କରେ ସଚେତନ କରାଯିବ । ଷ୍ଟେଟ୍ ଲିଗାଲ୍ ସର୍ଭିସେସ୍ ଅଥରିଟିର ସଦସ୍ୟ ସଚିବ ଅରବିନ୍ଦ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଏହି ପଦକ୍ଷେପ ଦ୍ୱାରା ଦିବ୍ୟାଙ୍ଗଙ୍କ ପାଇଁ ନ୍ୟାୟିକ ସେବା ଅଧିକ ସହଜ ଓ ସୁଲଭ ହୋଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking