26.1 C
Bhubaneswar
Saturday, October 10, 2026
Homeଓଡିଶାରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଦିନ ଲୋକଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟ ବିକାଶର ପ୍ରାଥମିକତା ଓ ବିଭିନ୍ନ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ଉଭୟେ ମତ ବିନିମୟ କରିଥିଲେ। ଏହି ସାକ୍ଷାତ ସମୟରେ ଓଡ଼ିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ଵରାନିତ କରିବା ଏବଂ ଜନକଲ୍ୟାଣକୁ ଅଧିକ ପ୍ରାଧାନ୍ୟ ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟର ପ୍ରଗତିକୁ ଆଗେଇ ନେବା ସହ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ଲକ୍ଷ୍ୟରେ ଚାଲୁ ରହିଥିବା ବିଭିନ୍ନ ପ୍ରକଳ୍ପ ଓ ପ୍ରସ୍ତାବିତ ପଦକ୍ଷେପଗୁଡ଼ିକ ଉପରେ ମଧ୍ୟ ଉଭୟେ ଆଲୋଚନା କରିଥିଲେ। ଏଥିସହ ବିଭିନ୍ନ ପ୍ରମୁଖ ଯୋଜନାର ଅଗ୍ରଗତି ଏବଂ ଆଗାମୀ ଦିନରେ ସରକାରଙ୍କ ବିକାଶମୂଳକ ପ୍ରାଥମିକତା ସମ୍ପର୍କରେ ମତ ବିନିମୟ ହୋଇଥିଲା। ରାଜ୍ୟର ସାମଗ୍ରିକ ବିକାଶ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking