32.1 C
Bhubaneswar
Friday, October 9, 2026
Homeଦେଶ ବିଦେଶଦିଲ୍ଲୀରେ ସିଜେପି ଆନ୍ଦୋଳନକୁ ମିଳିଲାନି ଅନୁମତି

ଦିଲ୍ଲୀରେ ସିଜେପି ଆନ୍ଦୋଳନକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ:   ରାଜଧାନୀ ଦିଲ୍ଲୀରେ ଆଜି ହେବାକୁ ଥିବା କକ୍ରୋଚ୍ ଜନତା ପାର୍ଟିର ଆନ୍ଦୋଳନ ପାଇଁ ଅନୁମତି ଦେଲାନି ଦିଲ୍ଲୀ ପୋଲିସ । ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହା ସହିତ ସତର୍କତାମୂଳକ ପଦକ୍ଷେପ ଭାବେ ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖିବାକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଚିଠି ଲେଖିଛି ପୋଲିସ ପ୍ରଶାସନ। ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଅକ୍ଟୋବର ୧୦ରେ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସିଜେପି ପକ୍ଷରୁ ଅନୁମତି ମଗାଯାଇଥିଲା । ମାତ୍ର ନିୟମ ଅନୁଯାୟୀ ୧୦ ଦିନ ପୂର୍ବରୁ ଆବେଦନ ନକରିବା ଓ ସୁରକ୍ଷା କାରଣ ଦର୍ଶାଇ ପୋଲିସ ଏହି ଅନୁମତିକୁ ଖାରଜ କରିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଦିଲ୍ଲୀର ୫୭ଟି ମେଟ୍ରୋ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ ରଖିବା ସହ ଟ୍ରେନ ଚଳାଚଳ ସୀମିତ କରିବାକୁ DMRCକୁ କୁହାଯାଇଛି । ରାଜଧାନୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ସଂଖ୍ୟାରେ ପୋଲିସ ଓ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ନିୟମ ଉଲ୍ଲଂଘନ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଚେତାବନୀ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking