ନୂଆଦିଲ୍ଲୀ: ବଦଳିଲା ନୋଏଡା ବିମାନ ବନ୍ଦରର ନାଁ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ହେଲା ନାମିତ । ଜେୱାର ଏୟାରପୋର୍ଟ ନାଁ ହେଲା ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ବିମାନବନ୍ଦର । ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ ସମାପ୍ତ ହେବା ପରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷେ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ କହିଥିଲେ ଯେ କ୍ୟାବିନେଟ ଜେୱର ବିମାନବନ୍ଦରର ନାମକରଣ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହାକୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରାଯିବ। ଉତ୍ତର ପ୍ରଦେଶର ମନ୍ତ୍ରୀ ପରିଷଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜେୱରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉପହାର ଦେବା ପାଇଁ କୃତଜ୍ଞତା ଜଣାଉଛି। କ୍ୟାବିନେଟ ଏହାକୁ ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର, ନୋଏଡା-ଜେୱର ନାମିତ କରିବା ପ୍ରସ୍ତାବକୁ ଅନୁମୋଦନ କରିଛି ବୋଲି ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ କହିଛନ୍ତି।










