କୋରାପୁଟ: କୋରାପୁଟ ସୁନାବେଡାରେ ହେବ ହାଇ ପ୍ରୋଫାଇଲ ମେଗା ଇଭେଣ୍ଟ । ଏନେଇ ଆସନ୍ତାକାଲି ଦିନିକିଆ ଓଡ଼ିଶାଗସ୍ତରେ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଉଭୟେ ମଙ୍ଗଳବାର ଦିନ ସୁନାବେଡ଼ାଠାରେ ଥିବା ହିନ୍ଦୁସ୍ତାନ୍ ଏରୋନେଟିକ୍ସ ଲିମିଟେଡ୍(ହାଲ୍) ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ବୋଲି ସୂଚନା ରହିଛି । ପ୍ରଥମେ ନୂଆଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଆସିବେ ତାପରେ କୋରାପୁଟ ଯିବେ ବୋଲି କୁହାଯାଇଛି । ହାଲ ପରିଦର୍ଶନ କରିବା ସହିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ତେବେ ଭିଭିଆଇପି ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ସୁନାବେଡା । ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଟ୍ରାଫିକ ମ୍ୟାନେଜମେଣ୍ଟ ସବୁ ଦିଗରେ କୋରାପୁଟ ପୋଲିସ ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତର ପ୍ରତିରକ୍ଷା ଉତ୍ପାଦନ ଇକୋ ସିଷ୍ଟମରେ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ବା ହାଲର ପ୍ରମୁଖ ଭୂମିକା ରହିଛି ।










