33.1 C
Bhubaneswar
Monday, October 5, 2026
Homeଓଡିଶାଆସନ୍ତାକାଲି ଓଡିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଆସନ୍ତାକାଲି ଓଡିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ: କୋରାପୁଟ ସୁନାବେଡାରେ ହେବ ହାଇ ପ୍ରୋଫାଇଲ ମେଗା ଇଭେଣ୍ଟ । ପ୍ରାଥମିକ ସୂଚନାରୁ ଜଣାପଡିଛି ଯେ ଆସନ୍ତାକାଲି ଅପରାହ୍ନ ୨ଟାରେ ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପ୍ରଥମେ ନୂଆଦିଲ୍ଲୀରୁ ଭୁବନେଶ୍ୱର ବିମାନ ବନ୍ଦର ଆସିବେ ତାପରେ କୋରାପୁଟ ଯିବେ ବୋଲି କୁହାଯାଇଛି । ହାଲ ପରିଦର୍ଶନ କରିବା ସହିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ତେବେ ଭିଭିଆଇପି ଗସ୍ତକୁ ନେଇ ଚଳଚଞ୍ଚଳ ହୋଇପଡିଛି ସୁନାବେଡା । ସୁରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ଟ୍ରାଫିକ ମ୍ୟାନେଜମେଣ୍ଟ ସବୁ ଦିଗରେ କୋରାପୁଟ ପୋଲିସ ପ୍ରଶାସନର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଭାରତର ପ୍ରତିରକ୍ଷା ଉତ୍ପାଦନ ଇକୋ ସିଷ୍ଟମରେ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ ବା ହାଲର ପ୍ରମୁଖ ଭୂମିକା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking