ନୂଆଦିଲ୍ଲୀ : ଆସନ୍ତା ୧୫ ତାରିଖରୁ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ (ୟୁପିଆଇ) ଉପରେ ଲାଗୁ ହେବାକୁ ଥିବା ୦.୦୪ ପ୍ରତିଶତ ଶୁଳ୍କ ନିୟମକୁ ବର୍ଷେ ପାଇଁ ଘୁଞ୍ଚାଇ ଦିଆଯାଇପାରେ। ଆସନ୍ତା ବର୍ଷ ଜାନୁଆରୀ ୧ ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ସରକାର ବିଚାର କରୁଥିବା ସୂଚନା ମିଳିଛି। ଏପରି ହେଲେ ପାର୍ବଣ ଋତୁରେ ଦୋକାନୀ ଓ ପେମେଣ୍ଟ କମ୍ପାନୀଗୁଡ଼ିକୁ ଆଶ୍ବସ୍ତି ଦିଆଯାଇପାରେ। ଅର୍ଥାତ୍ ୟୁପିଆଇ ଟ୍ରାଞ୍ଜାକ୍ସନ୍ ସମ୍ପୂର୍ଣ୍ଣ ମାଗଣା ରହିବ। ରିପୋର୍ଟ ଅନୁଯାୟୀ, ପାର୍ବଣ ଋତୁରେ ଦୋକାନୀମାନଙ୍କ ଉପରେ ଅତିରିକ୍ତ ବୋଝ ନ ପକାଇବା ପାଇଁ ସରକାର ୦.୪% ମର୍ଚ୍ଚାଣ୍ଟ ଶୁଳ୍କ ଲାଗୁ କରିବାର ସମୟକୁ ବଢ଼ାଇବାକୁ ଚିନ୍ତା କରୁଛନ୍ତି। ଆଗାମୀ କିଛି ଦିନ ମଧ୍ୟରେ ଏ ନେଇ ସରକାର ଆନୁଷ୍ଠାନିକ ଭାବେ ଘୋଷଣା କରିପାରନ୍ତି। ସୂଚନାଯୋଗ୍ୟ ଯେ ମର୍ଚ୍ଚାଣ୍ଟ ଶୁଳ୍କ ଲାଗୁ ହେବାର ନିଷ୍ପତ୍ତି ନେବା ପରଠାରୁ ପେଟିଏମ ଓ ମୋବିକ୍ବିକ ଭଳି କମ୍ପାନୀ ଗୁଡ଼ିକର ସେୟାର ହ୍ରାସ ପାଇଛି।










