31.1 C
Bhubaneswar
Wednesday, October 7, 2026
Homeଓଡିଶାଚିନି ପରେ ଏବେ ବଜାରରେ ଚାଉଳ ଓ ଡାଲି ଦର ମହଙ୍ଗା !

ଚିନି ପରେ ଏବେ ବଜାରରେ ଚାଉଳ ଓ ଡାଲି ଦର ମହଙ୍ଗା !

ଭୁବନେଶ୍ୱର: ଖାଉଟିଙ୍କୁ କଲବଲ କଲାଣି ଅତ୍ୟାବଶ୍ୟକ ସାମଗ୍ରୀର ବଜାର ଦର । ଚିନି ପରେ ଏବେ ବଜାରରେ ଚାଉଳ ଓ ଡାଲି ଦର ମହଙ୍ଗା ହୋଇଛି । ସରୁ ଚାଉଳ ଦର କ୍ବିଣ୍ଟାଲ ପିଛା ୮୦୦ରୁ ୧୦୦ ଟଙ୍କା ବଢ଼ିଯାଇଛି । ସୁପର ଫାଇନ ଚାଉଳ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କା ମହଙ୍ଗା ହୋଇଯାଇଛି । ଡାଲି ମଧ୍ୟ କ୍ବିଣ୍ଟାଲ ପିଛା ୧୦୦୦ରୁ ୧୫୦୦ ଟଙ୍କା ବଢ଼ିଯାଇଛି । ମସୁରି, ପାଟେଣି ଓ ମିକ୍ସ ଭେରାଇଟି ଭଳି ଉଷୁନା ଚାଉଳ ଦରରେ ୩ରୁ ୫ ଟଙ୍କା ବଢ଼ିଥିବାବେଳେ ବିଭିନ୍ନ କିସମର ଅରୁଆ ଚାଉଳ ଦର ୧୦ରୁ ୨୦ ଟଙ୍କା ବଢ଼ିଯାଇଛି । ଖୁଚୁରା ବଜାରରେ ଜିରା ରାଇସ୍‌ କିଲୋପିଛା ୬୦ରୁ ୬୫ ଟଙ୍କାରେ, ଲକ୍ସର ଓ ଜୋକର ବ୍ରାଣ୍ଡର ଚାଉଳ ୮୦ ଓ ୮୫ ଟଙ୍କାରେ ଏବଂ ଡେରାଡୁନ ଚାଉଳ କିଲୋପିଛା ୧୦୫ରୁ ୧୧୦ ଟଙ୍କାରେ ବିକ୍ରି ହେଉଛି। ବାସମତି ଚାଉଳ କିଲୋପିଛା ୨୦ ଟଙ୍କା ବଢ଼ି ୧୭୦ ଟଙ୍କାରେ ବିକ୍ରି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking