31.1 C
Bhubaneswar
Wednesday, October 7, 2026
Homeଦେଶ ବିଦେଶସେବା କରୁ କରୁ ୨୫ ବର୍ଷ ପୂରଣ: ମୋଦି

ସେବା କରୁ କରୁ ୨୫ ବର୍ଷ ପୂରଣ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି । ଏନେଇ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇ କହିଛନ୍ତି, ଗୁଜୁରାଟରୁ ସେବା ଆରମ୍ଭ କରି ଦେଶର ସେବା କରୁଛି । ଦେଶବାସୀଙ୍କ ସେବା କରୁ କରୁ ୨୫ ବର୍ଷ ପୂରଣ ହୋଇଯାଇଛି । ଏମିତି ସେବା କରିବା ପାଇଁ ଦେଶବାସୀ ମୋତେ ସାହାସ ଦିଅନ୍ତୁ । ମୋ ପାଇଁ ପ୍ରତିଟି ଦେଶବାସୀ ଜଣେ ଜଣେ ଭଗବାନ । ଏ ଦେଶ ମୋତେ ଅନେକ କିଛି କରିବାର ସୁଯୋଗ ଦେଇଛି । ଦେଶର ସେବା କରିବା ପାଇଁ ଲୋକେ ମୋତେ ବାଛିଛନ୍ତି । ମୋତେ ଖଟାମିଠାର ଅନୁଭବ ଶିଖାଇଛି ଗଣମାଧ୍ୟମ । ସେବା କରିବା ବେଳେ ମୁଁ କେବେ ଏକାକି ଅନୁଭବ କରିନାହିଁ । ସବୁ ବେଳେ କହି ଆସିଛି ମାନବ ଧର୍ମର ମୁଁ ଜଣେ ସେବକ । କେବେ ମୁଁ ଯାହା କହଥାଏ, ତାହା କରି ଦେଖାଇଥାଏ । ଯେବେ ମୁଁ ଯାହା କହିଥାଏ, ତାହା କରି ଦେଖାଇଥାଏ । ୱି ୱିଲ ଡୁ ଇଟ ର ସଂକଳ୍ପ ନେବାକୁ ଦେଶବାସୀଙ୍କୁ ମୋଦି ଅପିଲ କରିଛନ୍ତି । ମୁଁ ଆମ୍ବିସନ ପୂରଣ ଶିଖିନି, ମିଶନ ପୂରଣ ମୋ ଲକ୍ଷ୍ୟ । କର୍ମ ହିଁ ମୋ ପାଇଁ ଧର୍ମ । ଦେଶ ଓ ଦେଶବାସୀଙ୍କ ପାଇଁ କର୍ମ କରୁଛି । ପଦ ପ୍ରତିଷ୍ଠା ସବୁଠି ମିଳିବ, ପୁଣ୍ୟଭୂମି ଭାରତ କେଉଁଠି ମିଳିବ ନାହିଁ । ଶଖିବାର ଆଗ୍ରହ ଆଜି ବି ମୋ ଭିତରେ ଭରି ରହିଛି । ଦିନେ ଦୁନିଆ କହୁଥିଲା ଭାରତର ଅର୍ଥନୀତି ତଳ ମୁହାଁ ।ହେଲେ ଆଜି ସମସ୍ତ ଅର୍ଥନୀତି ଆକଳନ ଓଲଟ ପାଲଟ ହୋଇଯାଇଛି । ସବକା ସାଥ ସବକା ବିକାଶ ମୋ ସୁଶାସନର ମୂଳ ମନ୍ତ୍ର । ଦଳୀୟ କର୍ମୀଙ୍କ ପରିଶ୍ରମ ମୋ ପାଇଁ ବଡ ଶକ୍ତି । ସାର ।ବିଶ୍ୱରେ ଭାରତ ୧ ନମ୍ବର ହେଉ ଏହା ମୋ ଲକ୍ଷ୍ୟ । ନିରନ୍ତର ଆପଣଙ୍କ ସେବା କରିବା ପାଇଁ ମୋତେ ଶକ୍ତି ଦିଅନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking