କନ୍ଧମାଳ: କିଛି ଦିନ ହେଲା କନ୍ଧମାଳକୁ ଛୁଇଁଛି ପହିଲି ଶୀତ । ଶୀତ ଆଗମନ ସାଙ୍ଗକୁ କୁହୁଡି ଆସ୍ତରଣରେ ସଜେଇ ହେଇଛି ଫୁଲବାଣୀ ସହର। ସକାଳୁ ସକାଳୁ ଶୀତର ମଜା ନେବା ସହ ପ୍ରାତଃଭ୍ରମଣ ଓ ବ୍ୟାୟାମ କରୁଛନ୍ତି ଲୋକେ । କନ୍ଧମାଳରେ ଧୀରେ ଧୀରେ ଅନୁଭୁତ ହେଉଛି ଶୀତର ଆଗମନ । ସକାଳୁ ସକାଳୁ ଚାରିଆଡେ ଦେଖିବାକୁ ମିଳୁଛି କୁହୁଡିର ଚାଦର। ପାହାଡ଼ ଠାରୁସହରର ଗଳି କନ୍ଦି, ସବୁଠି ଶୀତର ହାଲୁକା ଛୁଆଁ । ବିଶେଷ କରି ଫୁଲବାଣୀ ସହରର ସକାଳର ଦୃଶ୍ୟ ବେଶ ମନୋରମ ହୋଇଛି । କୁହୁଡ଼ିର ଚାଦର, ଶୀତୁଆ ପବନ ଓ କାକର ବିନ୍ଦୁରେ ସଜେଇ ହେଉଛି ପ୍ରକୃତି। ସକାଳୁ ସକାଳୁ କୁହୁଡ଼ିର ଚାଦରରେ ଢାଙ୍କି ହୋଇଯାଇଛି ଫୁଲବାଣୀ ସହର ।










