31.1 C
Bhubaneswar
Wednesday, October 7, 2026
Homeଓଡିଶାବାଇକକୁ ଧକ୍କା ଦେଲା କାର୍: ୩ ଗୁରୁତର

ବାଇକକୁ ଧକ୍କା ଦେଲା କାର୍: ୩ ଗୁରୁତର

ଭୁବନେଶ୍ବର:  ରାଜଧାନୀରେ ସିରିଜ୍ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା କାର୍, ୩ ଗୁରୁତର । ମଙ୍ଗଳବାର ରାତିରେ କଳିଙ୍ଗ ଷ୍ଟୁଡିଓରେ ଏକ ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା ଘଟିଛି । ଜଣେ ଯୁବତୀ ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ କାର୍ ଚଳାଇ ଏକ ବାଇକକୁ ଧକ୍କା ଦେବା ସହ କିଛି ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇବା ପରେ ଯୁବତୀ ଜଣକ କାର୍ ସହ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ହୋ-ହଲ୍ଲା କରିବା ସହ ତୁରନ୍ତ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ କରିବାକୁ ଦାବି କରିଛନ୍ତି । ଏହାସହ ଆଖପାଖର ସିସିଟିଭି କ୍ୟାମେରା ଯାଞ୍ଚ କରି କାର୍ ଚଳାଉଥିବା ଯୁବତୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking