33.1 C
Bhubaneswar
Wednesday, September 30, 2026
Homeଓଡିଶା୫ ଦିନ ପରେ ବି ଖୋଲୁନି ଶୁଭଶ୍ରୀ ମୃତ୍ୟୁ ରହସ୍ୟ

୫ ଦିନ ପରେ ବି ଖୋଲୁନି ଶୁଭଶ୍ରୀ ମୃତ୍ୟୁ ରହସ୍ୟ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅନ୍ତର୍ଗତ ରାଜୁପୁର ଗାଁର ଶୁଭଶ୍ରୀ ଦାସଙ୍କ ମୃତ୍ୟୁ ଘଟଣାରେ ଏବେ ବି ରହସ୍ୟ ଉପରୁ ପରଦା ହଟାଇ ପାରିନି ପୋଲିସ । ଶୁଭଶ୍ରୀ ନିଖୋଜ ହେବା ଓ ନଦୀରେ ମୃତଦେହ ମିଳିବା ଘଟଣାକୁ ୫ ଦିନ ବିତିଥିଲେ ମଧ୍ୟ ତଦନ୍ତରୁ ନିଷ୍କର୍ଷରେ ପହଞ୍ଚିପାରିନି ରାଜନଗର ପୋଲିସ ।ଘଟଣାରେ ଶୁଭଶ୍ରୀଙ୍କ ପରିବାରର ଆଉ ୩ ଜଣଙ୍କ ସମେତ ମୋଟ ୮ ଜଣଙ୍କୁ ପୋଲିସ ଥାନାକୁ ଆଣି ୨ ଦିନ ହେବ ପଚରାଉଚରା କରୁଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ଏସ୍‌ପି କ୍ୟାମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖୁନାହାନ୍ତି । ସେପଟେ ହଂସୁଆ ନଦୀରେ ଦୁଇ ଦିନ ଧରି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଥିଲେ ମଧ୍ୟ ମୃତଦେହର କୌଣସି ପତ୍ତା ମିଳିନାହିଁ । ଏହାରି ଭିତରେ ସୋସିଆଲ ମିଡିଆରେ ଶୁଭଶ୍ରୀଙ୍କ ମୃତଦେହର ଫଟୋ ଘୁରି ବୁଲୁଛି ।

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି ଅନୁସାରେ, ମୃତଦେହରେ ପଥର ବାନ୍ଧି ନଦୀ ମଝିକୁ ଫିଙ୍ଗି ଦିଆଯାଇଥିବା କୁହାଯାଉଛି । ଏହି ଦାବିର ସତ୍ୟତା ନେଇ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ୮ ଜଣଙ୍କୁ ଅଟକ ରଖି ପଚରାଉଚରା ସତ୍ତ୍ୱେ ଘଟଣାର ନିଷ୍କର୍ଷରେ ପହଞ୍ଚିନପାରିବାକୁ ନେଇ ପୋଲିସର ତଦନ୍ତ ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking