31.1 C
Bhubaneswar
Friday, October 9, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ଛାତ୍ର ସଂସଦ ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ

ଭୁବନେଶ୍ୱର: କମ୍ପୁଛି କଲେଜ କ୍ୟାମ୍ପସ । ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରାର୍ଥୀପତ୍ର ଦାଖଲ । ଯେଉଁ ସମୟ ଧାର୍ଯ୍ୟ କରାଯାଇଥିଲା , ସକାଳ ୧୦ଟାରୁ ଆରମ୍ଭ ହୋଇସାରିଛି ଏବଂ ଦିନ ୧ଟା ଯାଏଁ ଆଶୀୟୀ ପ୍ରାର୍ଥୀମାନେ ନିଜର ନାମାଙ୍କନ ଭରିପାରିବେ । ଆଉ ୨ଟାରୁ ଅପରାହ୍ନ ୪ଟା ଯାଏ ପ୍ରାର୍ଥୀ ପତ୍ର ଯାଞ୍ଚ କରାଯିବ । ଏହାପରେ ସନ୍ଧ୍ୟା ୫ଟା ସୁଦ୍ଧା ବୈଧ ନାମାଙ୍କନ ତାଲିକା ମଧ୍ୟ ପ୍ରକାଶ ପାଇବ । ଏବଂ ଆସନ୍ତାକାଲି ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଯେଉଁ ପ୍ରାର୍ଥୀମାନେ ନିର୍ବାଚନ ଲଢିବାକୁ ଚାହୁଁନଥିବେ ସେମାନେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ । ପରେ ଅପରାହ୍ନ ୩ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଦୀର୍ଘ ୮ ବର୍ଷ ପରେ କ୍ୟାମ୍ପସକୁ ରାଜନୀତି ଫେରିଥିବାରୁ ପୂରା କ୍ୟାମ୍ପସ ସରଗରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking