ପୁରୀ: କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠ ରେ ଚାଲିଛି ଶାରଦୀୟ ପାର୍ବଣ ପୂଜା । ଆଜି ଷୋଡଶ ଉପଚାର ପୂଜାର ସପ୍ତମ ଦିନ । ଆଜି ସକାଳୁ ସକାଳୁ ଅନେକ ମାନସିକ ଧାରୀ ଶ୍ରଦ୍ଧାଳୁ ମା’ ଙ୍କ ପୀଠ କୁ ଆସି ମାଙ୍କୁ ଦର୍ଶନ କରି ମା’ ଙ୍କ କୃପା ଲାଭ କରୁଛନ୍ତି । ଷୋଡଶ ଉପଚାର ପୂଜା ଠାରୁ ନିଶା ମଙ୍ଗଳ ବାର ଓଷା କରିଥିବା ଅନେକ ମାନସିକ ଧାରୀ ମହିଳା ଶ୍ରଦ୍ଧାଳୁ ମା’ଙ୍କ ପାଖରେ ଅଖଣ୍ଡ ଦ୍ୱୀପ ଲାଗି ର ପରମ୍ପରା ରହିଛି । ଏହାକୁ ଅତ୍ୟନ୍ତ ଗୁପ୍ତ ଭାବେ ସମ୍ପର୍ଣ କରାଯାଉଛି । ମା’ଙ୍କ ପାଖରେ ମଧ୍ୟ ଷୋଡଶ ଉପଚାର ପୂଜା ଶେଷ ପର୍ଯ୍ୟନ୍ତ ଅଖଣ୍ଟ ଦ୍ୱୀପ ଜଳୁଛି । ମାଙ୍କ ଏହି ନୀତି ପରମ୍ପରା କୁ ଅତ୍ୟନ୍ତ ଗୁପ୍ତ ଭାବେ ସମାପନ କରାଯାଇଛି । ଆଗକୁ ନବ ପତ୍ରିକା ପୂଜା ଆରମ୍ଭ ହେଉ ଥିବାରୁ ଆହୁରି ଅନେକ ମାନସିକ ଧାରୀ ଭକ୍ତ ଙ୍କ ଅନେକ ଅଖଣ୍ଡ ଦ୍ୱୀପ ଜଳିବ । ଏହି ଦ୍ୱୀପ ଜାଳିବା ପରେ ମା ଙ୍କ ଭକ୍ତ ପ୍ରତି କୃପା ଲାଭ ହୁଏ ଆଉ ମାନସିକ ପୂରଣ ହୋଇଥାଏ । ଏହି ଭକ୍ତି ଭାବନା, ଆସ୍ଥା ଆଉ ମା ଙ୍କ ପ୍ରତି ସମର୍ପଣ ଭାବ ରହିଲେ ହିଁ ମା କୃପା ଏହି ପାର୍ବଣ ସମୟରେ ଲାଭ ହୋଇଥାଏ । ଆଜି ଷୋଡଶ ଉପଚାର ପୂଜା ରେ ମା ଙ୍କ ପାଖରେ ଅଖଣ୍ଡ ଦ୍ୱୀପ ର କଣ ପରମ୍ପରା ରହିଛି ।










