28.1 C
Bhubaneswar
Wednesday, October 7, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ତରଫରୁ ବିଜ୍ଞପ୍ତି ପ୍ରକାଶିତ

ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷାନୁଷ୍ଠାନ ଗୁଡ଼ିକ ତରଫରୁ ବିଜ୍ଞପ୍ତି ପ୍ରକାଶିତ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଛାତ୍ରନେତା ନିର୍ବାଚନ କରିବା (Election) ବା ଛାତ୍ରନେତା ଚୟନ (selection) କରିବା ପାଇଁ ଆଜି ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ଅକ୍ଟୋବର ୭ ତାରିଖ ରାତି ୮ ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ, ୩୨୮ଟି ମହାବିଦ୍ୟାଳୟ ଓ ୧୩ ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୩୪୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରନେତା ବାଛିବା ପାଇଁ ନିର୍ବାଚନ (Election) କରିବେ। ସେହିପରି ଭାବେ ୨୦୨ଟି ମହାବିଦ୍ୟାଳୟ ଓ ୩ଟି ବିଶ୍ୱ ବିଦ୍ୟାଳୟ, ସର୍ବମୋଟ ୨୦୫ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଚୟନ ପଦ୍ଧତିରେ (Selection) ଛାତ୍ରନେତା ବାଛିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୩ଟି ବିଶ୍ୱ ବିଦ୍ୟାଳୟ ଯଥା ଓଡ଼ିଆ ବିଶ୍ୱ ବିଦ୍ୟାଳୟ, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ଛାତ୍ରନେତା ଚୟନ (Selection) କରିବେ। ଅନ୍ୟ ୧୩ ଟି ବିଶ୍ୱ ବିଦ୍ୟାଳୟ ନିର୍ବାଚନ (Election) କରି ଛାତ୍ରନେତା ବାଛିବେ। ଆଜି ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶିତ ହେବା ପରେ ନିର୍ବାଚନ ପାଇଁ ଅକ୍ଟୋବର ୯ ତାରିଖ ସକାଳ ୧୦ଟାରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଆଗ୍ରହୀ ପ୍ରାର୍ଥୀମାନେ ନୋମିନେସନ୍‌ ଦାଖଲ କରିପାରିବେ। ଅକ୍ଟୋବର ୯ ତାରିଖ ଅପରାହ୍ନ ୨ ଘଟିକାରୁ ୪ ଘଟିକା ପର୍ଯ୍ୟନ୍ତ ନୋମିନେସନ୍‌ ଯାଞ୍ଚ କରାଯିବ। ଅକ୍ଟୋବର ୯ ତାରିଖ ସନ୍ଧ୍ୟା ୫ ଘଟିକା ସମୟରେ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ବୈଧ ନୋମିନେସନ୍‌ ତାଲିକା ପ୍ରକାଶିତ ହେବ।

ଅକ୍ଟୋବର ୧୦ ତାରିଖ ଦିନ ସକାଳ ୧୦ ଘଟିକା ଠାରୁ ଦିବା ୧ ଘଟିକା ମଧ୍ୟରେ ଯେଉଁ ପ୍ରାର୍ଥୀ ନିଜର ନୋମିନେସନ୍‌ ପ୍ରତ୍ୟାହାର କରିବାକୁ ଚାହୁଁଥିବେ, ସେ ତାହାକୁ ପ୍ରତ୍ୟାହାର କରିପାରିବେ। ଅକ୍ଟୋବର ୧୦ ତାରିଖ ଅପରାହ୍ନ ୩ ଘଟିକାରେ ଉଚ୍ଚଶିକ୍ଷାନୁଷ୍ଠାନ ତରଫରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ। ଅକ୍ଟୋବର ୧୪ ତାରିଖରେ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ‘Why I Stand For’ ମିଟିଙ୍ଗ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ ତାରିଖ ସକାଳ ୮ ଘଟିକାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଭୋଟିଙ୍ଗ ହେବ। ଭୋଟିଙ୍ଗ ପରେ ଅକ୍ଟୋବର ୧୫ ତାରିଖ ଦିନ ହିଁ ଭୋଟ ଗଣତି ହେବା ସହ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ଅକ୍ଟୋବର ୧୬ ତାରିଖ ଦିନ ବିଜୟୀ ଛାତ୍ରନେତାଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking