28.1 C
Bhubaneswar
Wednesday, October 7, 2026
Homeଓଡିଶାମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ

ଭୁବନେଶ୍ୱର: ବେଆଇନ ନିଶା ଓ ମାଦକ ଦ୍ରବ୍ୟ ଯୋଗୁଁ ଅନେକ ଧନ ଜୀବନ ହାନି ଘଟୁଛି I ଏଥିସହିତ ନିଶା କବଳରେ ପଡି ଯୁବପିଢ଼ି ନିଜର ଉଜ୍ଜ୍ୱଳ ଭବିଷ୍ୟତକୁ ବିନାଶ ଆଡକୁ ନେଇ ଯାଉଛନ୍ତି I ଏହାକୁ ଦୃଷ୍ଟିରେ ରଖି ଯଶସ୍ବୀ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିଶା ମୁକ୍ତ ଭାରତ ଗଠନ ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ ଦିଗରେ ଅବକାରୀ ବିଭାଗ ଓ ରାଜ୍ୟବାସୀ ଏକାଠି ହୋଇ କାର୍ଯ୍ୟ କରିବାକୁ ପଡିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି I

ଆଜି ସବୁ ଜିଲ୍ଲାର ଅବକାରୀ ଅଧିକ୍ଷକ ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାର ବେଆଇନ ନିଶା କାରବାରକୁ ମୁଳୋତ୍ପାଟନ ନେଇ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏହାକୁ ଆଗେଇ ନେବାକୁ ହେଲେ ବିଗତ ଦୁଇ ବର୍ଷ ପରି ବ୍ୟାପକ ମାତ୍ରାରେ ଚଢ଼ାଉ କାର୍ଯ୍ୟକ୍ରମ କରିବାକୁ ପଡିବ I ଆବଶ୍ୟକ ସ୍ଥଳେ ପୋଲିସ ଓ ଜିଲ୍ଲାପ୍ରଶାସନର ସହଯୋଗ ନେବାକୁ ପଡିବ I ଆଗକୁ ପାର୍ବଣ ଋତୁ ଆସୁଥିବାରୁ ବେଆଇନ ନିଶା ଓ ଅପରାଧିକ କାରବାର ବୃଦ୍ଧି ପାଇବାର ସମ୍ଭାବନା ରହିଛି I ଏହି ଦୃଷ୍ଟିରୁ ଚଳିତ ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଚଢ଼ାଉ ଅଭିଯାନକୁ ଗୁଇନ୍ଦା ତଥ୍ୟ ଆଧାରରେ ଅଧିକ ଜୋରଦାର କରିବାକୁ ପଡିବ ବୋଲି ମନ୍ତ୍ରୀ ସବୁ ଜିଲ୍ଲା ଅବକାରୀ ଅଧିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I

ଏଥି ସହିତ ଅଦାଲତରେ ଅପରାଧୀଙ୍କ ବିରୋଧରେ କଡା ଦଣ୍ଡବିଧାନ ପାଇଁ ମଜବୁତ ପ୍ରମାଣ ସଂଗ୍ରହ କରିବାକୁ ସେ ବୈଠକରେ ପରାମର୍ଶ ଦେଇଥିଲେ I ଏଥିସହିତ ଚଢ଼ାଉ ସମୟରେ କୌଣସି ଚାପର ବଶବର୍ତ୍ତୀ ନହେବା ସହିତ ଅଭ୍ୟାସଗତ ଅପରାଧୀଙ୍କ ପ୍ରତି ଶୂନ୍ୟସହନଶୀଳତା ନୀତି ଆପଣାଇବା ପାଇଁ ପରାମର୍ଶ ଦେଇଥିଲେ I ଚଳିତ ବର୍ଷ MGER ୯୫% ହାସଲ ହୋଇଥିବାରୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସବୁ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ I ବୈଠକରେ ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡୀ ପିପିଟି ମାଧ୍ୟମରେ ଜିଲ୍ଲା ୱାରୀ ହୋଇଥିବା ଚଢ଼ାଉ ଅଭିଯାନ, ଜବତ ସାମଗ୍ରୀ ଓ ଯାନବାହାନ ସଂଖ୍ୟା, ଗିରଫଦାରୀ ବିଷୟରେ ତଥ୍ୟ ଉପସ୍ଥାପନ ସହ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ମନ୍ତ୍ରୀଙ୍କୁ ସୂଚନା ପ୍ରଦାନ କରିଥିଲେ I ବୈଠକରେ ଅତିରିକ୍ତ ଅବକାରୀ କମିଶନର ରୁଦ୍ର ନାରାୟଣ ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲାର ଅବକାରୀ ଅଧିକ୍ଷକ, ଜୋନାଲ ଅଧିକାରୀ ଓ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking