28.1 C
Bhubaneswar
Wednesday, October 7, 2026
Homeଓଡିଶାଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ...

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚଳିତ ପାର୍ବଣ ଋତୁରେ ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା, ରାବଣପୋଡି, ଭସାଣି ଉତ୍ସବ ଓ ଏଥି ସମ୍ପୃକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂଜା କମିଟି ଗୁଡିକର ଗ୍ରାଉଣ୍ଡ ରେଣ୍ଟ ଛାଡ଼ କରିଛନ୍ତି। ପାର୍ବଣ ଋତୁରେ ଏହି ପର୍ବ ଗୁଡ଼ିକର ସାମାଜିକ ଓ ସାଂସ୍କୃତିକ ମହତ୍ୱ ଓ ଜନସାଧାରଣଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଅବଧି ଚଳିତ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଏଥିସହିତ ପୂଜା କମିଟି ଗୁଡିକୁ ଶାନ୍ତି ଶୃଙ୍ଖଳା ଓ ପରିବେଶ ଅନୁକୂଳ ଭାବେ ପୂଜା ଆୟୋଜନ କରିବାପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking