28.1 C
Bhubaneswar
Wednesday, October 7, 2026
Homeଓଡିଶାଚୌଦ୍ୱାର-କଟକର ବିକାଶରେ ଆଉ ବିଳମ୍ବ ନୁହେଁ—କାମର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଦରକାର

ଚୌଦ୍ୱାର-କଟକର ବିକାଶରେ ଆଉ ବିଳମ୍ବ ନୁହେଁ—କାମର ସୁଫଳ ଲୋକଙ୍କ ପାଖରେ ପହଞ୍ଚିବା ଦରକାର

ଚୌଦ୍ୱାର-କଟକ ବିଧାନସଭା ମଣ୍ଡଳୀ ଏବଂ କଟକ ମହାନଗର ନିଗମର ବିଭିନ୍ନ ୱାର୍ଡର ବିକାଶମୂଳକ କାର୍ଯ୍ୟକୁ ଆହୁରି ଗତିଶୀଳ କରିବା ଲକ୍ଷ୍ୟରେ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟସଭା ସାଂସଦ ଡ଼ଃ ସଂତୃପ୍ତ ମିଶ୍ରଙ୍କ ସମନ୍ୱୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀର ବିଭିନ୍ନ ଜନପ୍ରତିନିଧି ଓ ବିଜେଡି ନେତୃବୃନ୍ଦ ଉପସ୍ଥିତ ରହି ବିକାଶ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ବୈଠକରେ ତାଳଦଣ୍ଡା କେନାଲ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ମେଘା ଜଳଯୋଗାଣ ପ୍ରକଳ୍ପ (ଟାଙ୍ଗୀ ବ୍ଲକର ୨୩ଟି ଗ୍ରାମ ପଞ୍ଚାୟତ), ମଗୁରା ପାର୍କ, ବିଜୁ ପଟ୍ଟନାୟକ ବୋଟିଂ କ୍ଲବ, ଚାଟେଶ୍ୱର ସ୍ମାର୍ଟ ଶ୍ମଶାନ ପ୍ରକଳ୍ପ, କଟକ ମହାନଗର ନିଗମର ୪୮ ଓ ୪୯ ନମ୍ବର ୱାର୍ଡର ଡ୍ରେନେଜ ପ୍ରକଳ୍ପ ଏବଂ (ମହାନଦୀ–ଜୋବ୍ରା ବ୍ରିଜ୍ ସର୍କିଟ ପଏଣ୍ଟ ଉନ୍ନୟନ ପ୍ରକଳ୍ପ) ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତି, ବକେୟା କାର୍ଯ୍ୟ ଏବଂ କାର୍ଯ୍ୟାନ୍ୱୟନରେ ରହିଥିବା ପ୍ରତିବନ୍ଧକଗୁଡ଼ିକର ସମୀକ୍ଷା କରାଯାଇଥିଲା।
କେଉଁଠି କାମ ଅଟକିଛି, କାହିଁକି ବିଳମ୍ବ ହେଉଛି ଏବଂ କିପରି ଶୀଘ୍ର ସମାଧାନ କରି କାର୍ଯ୍ୟକୁ ଆଗକୁ ନିଆଯାଇପାରିବ, ସେସବୁ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିକାଶ କେବଳ ଘୋଷଣା କିମ୍ବା କାଗଜପତ୍ରରେ ସୀମିତ ନ ରହି ସାଧାରଣ ଲୋକଙ୍କ ପାଖରେ ତାହାର ସୁଫଳ ଶୀଘ୍ର ପହଞ୍ଚିବା ଉଚିତ ବୋଲି ଡ଼ଃ ମିଶ୍ର ମତ ପ୍ରକାଶ କରିଥିଲେ। ସେ ପ୍ରଶାସନିକ ସମନ୍ୱୟକୁ ଆହୁରି ସୁଦୃଢ଼ କରି ବକେୟା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।
ଚୌଦ୍ୱାର-କଟକର ପ୍ରତ୍ୟେକ ଅଞ୍ଚଳର ଆବଶ୍ୟକତା, ଜନସାଧାରଣଙ୍କ ସମସ୍ୟା ଏବଂ ସାମଗ୍ରିକ ଉନ୍ନତିକୁ ପ୍ରାଥମିକତା ଦେଇ ବିକାଶର ଗତିକୁ ଆହୁରି ଦ୍ରୁତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।
ଉକ୍ତ ବୈଠକରେ ବିଜେଡି କଟକ ଜିଲ୍ଲା ସଭାପତି ତଥା ଚୌଦ୍ୱାର-କଟକ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ କୁମାର ସିଂହ, ସାଂସଦଙ୍କ କଟକ ଜିଲ୍ଲା ପ୍ରତିନିଧି ଶ୍ରୀ ଗୌତମ ସିଦ୍ଦିକୀ, ଚୌଦ୍ୱାର ମ୍ୟୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, କଟକ ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ତାପସ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ଶ୍ରୀ ସ୍ମୃତରଞ୍ଜନ ନାୟକ, କଟକ ମହାନଗର ଉପସଭାପତି ଶ୍ରୀ ବିଭୂତି ଭୂଷଣ ବେହେରା, ଶ୍ରୀ ଧନେଶ୍ୱର ଜେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଲୋକଙ୍କ ସ୍ୱାର୍ଥରେ କୌଣସି ସାଲିସ୍ ନାହିଁ। ବିକାଶରେ ଅଯଥା ବିଳମ୍ବ ନୁହେଁ। ଚୌଦ୍ୱାର-କଟକର ହକ୍ ଓ ବିକାଶ ପାଇଁ ଡ଼ଃ ସନ୍ତୃପ୍ତ ମିଶ୍ରଙ୍କ ପ୍ରୟାସ ଓ ପ୍ରତିବଦ୍ଧତା ନିରନ୍ତର ଜାରି ରହିବ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking