33.1 C
Bhubaneswar
Monday, October 5, 2026
Homeଓଡିଶାମୋଦୀ ସରକାରଙ୍କ ବୈଦେଶିକ ନୀତିକୁ ଟାର୍ଗେଟ୍

ମୋଦୀ ସରକାରଙ୍କ ବୈଦେଶିକ ନୀତିକୁ ଟାର୍ଗେଟ୍

ନୂଆଦିଲ୍ଲୀ:  କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟର ପୁଣିଥରେ ନିଜର ବୟାନବାଜି ପାଇଁ ଚର୍ଚ୍ଚାରେ । ଭାରତର ବୈଦେଶିକ ନୀତି, ପାକିସ୍ତାନ, ଚୀନ୍ ଏବଂ ‘କ୍ୱାଡ୍’ କୁ ନେଇ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି ମଣିଶଙ୍କର ।  କଂଗ୍ରେସ ନେତା କେନ୍ଦ୍ର ସରକାରଙ୍କ ବିରୋଧରେ କଡ଼ା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଗୋଟିଏ ପଟେ ବିଶ୍ୱ ଦରବାରରେ କହୁଛି ଏହା ଯୁଦ୍ଧର ସମୟ ନୁହେଁ, କିନ୍ତୁ ଅନ୍ୟପଟେ ପାକିସ୍ତାନ ବିରୁଦ୍ଧରେ ସାମରିକ କାର୍ୟ୍ୟାନୁଷ୍ଠାନ କରୁଛି । କେବଳ  ପାକିସ୍ତାନ ନୁହେଁ, ଚୀନ୍ ଏବଂ ଆମେରିକାକୁ ନେଇ ଗଠିତ ‘କ୍ୱାଡ୍’  ମେଣ୍ଟକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ମଣିଶଙ୍କର । ଏଥିସହ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ କମିଶନରମାନଙ୍କ ଆଚରଣକୁ ସେ ନିନ୍ଦନୀୟ ବୋଲି କହିବା  ସହ ସେମାନଙ୍କ କାର୍ୟ୍ୟଶୈଳୀ ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛନ୍ତି ।”ମଣିଶଙ୍କର ଆୟରଙ୍କ ଏହି ବୟାନ ପରେ ଦେଶର ରାଜନୈତିକ ପାଣିପାଗ ପୁଣିଥରେ ସରଗରମ ହୋଇଛି । ଗୋଟିଏ ପଟେ ବିରୋଧୀ ଏହାକୁ ସରକାରଙ୍କ ବିଫଳତା ବୋଲି କହୁଥିବାବେଳେ, ଶାସକ ଦଳ ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking