32.1 C
Bhubaneswar
Friday, October 9, 2026
Homeଓଡିଶାଗଞ୍ଜାମ ଖଲ୍ଲିକୋଟରେ ଚୋରଙ୍କ ଆତଙ୍କ

ଗଞ୍ଜାମ ଖଲ୍ଲିକୋଟରେ ଚୋରଙ୍କ ଆତଙ୍କ

ଗଞ୍ଜାମ: ଗଞ୍ଜାମ ଖଲ୍ଲିକୋଟରେ ଚୋରଙ୍କ ଆତଙ୍କ । ଦୁଇ ଦିନରେ ୭ଟି ଘରକୁ ଟାର୍ଗେଟ୍ କଲେଣି ଚୋର। ଲୋଚାପଡ଼ା ଗାଁରେ ୫ଟି ଘରେ ଚୋରି ପରେ ସିଙ୍ଗିପୁର ଗାଁର ୨ଟି ଘରୁ ଚୋରି ଅଭିଯୋଗ । କବାଟ ଭାଙ୍ଗି ଘରେ ପଶି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ସିଙ୍ଗିପୁର ଗାଁର ବୁଲା ପ୍ରଧାନ ଓ ଲିଙ୍ଗରାଜ ପ୍ରଧାନଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି। ଏହା ପୂର୍ବରୁ ଲୋଚାପଡ଼ା ଗାଁରେ ମଧ୍ୟ ଚୋର ଆତଙ୍କ ଦେଖିବାକୁ ମିଳିଥିଲା ।୫ଟି ଘରୁ ଦୁର୍ବୃତ୍ତ ମାନେ ଚୋରି କରିଥିବା ବେଳେ ରଞ୍ଜିତ ଶାସମଲଙ୍କ ଘରୁ ୫ ଭରି ସୁନା ଅଳଙ୍କାର ସହ ୭୦ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ଘରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ନେଇଯାଇଥିଲେ ଚୋର । ସେହିଭଳି ଅଙ୍କେଇ ଦାସଙ୍କ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ୧୦ ହଜାର ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଥିଲା । ଲଗାତାର ଚୋରିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଛି। ପୁଲିସ ତଦନ୍ତ ଚଳାଥିଲେ ମଧ୍ୟ କୌଣସି ମାମଲାରେ ଚୋରଙ୍କ ଟେର୍ ପାଇପାରିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking