30.1 C
Bhubaneswar
Tuesday, October 13, 2026
Homeଓଡିଶାନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଆସିଥିଲା ଐତିହାସିକ ପରିବର୍ତ୍ତନ

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଆସିଥିଲା ଐତିହାସିକ ପରିବର୍ତ୍ତନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୦୦୦ରୁ ୨୦୨୪ ମଧ୍ୟରେ ବିଜେଡି ସରକାର ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା । ଛାତ୍ର ନାମଲେଖା, ନୂତନ ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ନିର୍ମାଣ, ଛାତ୍ରବୃତ୍ତି ପ୍ରଦାନ, ବୈଷୟିକ ଶିକ୍ଷାର ବିକାଶ ତଥା ଭିତ୍ତିଭୂମୀ ଉନ୍ନୟନ କ୍ଷେତ୍ରରେ ଓଡ଼ିଶା ଶିଖର ଛୁଇଁଥିଲା ବୋଲି ବିଜେଡି କହିଛି ।ଆଜି ଏକ ପ୍ରେସ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ନାମଲେଖା ୨୦୦୦ରେ ୩.୨ ଲକ୍ଷରୁ ବୃଦ୍ଧି ପାଇ ୨୦୨୩ରେ ୬.୫ ଲକ୍ଷରେ ପହଞ୍ଚିଥିଲା, ଯେଉଁଥିରେ ୩.୮ ଲକ୍ଷ ବାଳିକା । ମୋଟ ନାମଲେଖା ଅନୁପାତ ୧୧%ରୁ ୨୧%କୁ ବୃଦ୍ଧି ପାଇଥିଲା । ଏହି ସମୟ ମଧ୍ୟରେ ମହାବିଦ୍ୟାଳୟ ସଂଖ୍ୟା ୫୪୮ରୁ ୧,୦୨୪, ବିଶ୍ୱବିଦ୍ୟାଳୟ ସଂଖ୍ୟା ୮ରୁ ୪୨, ମେଡିକାଲ କଲେଜ ସଂଖ୍ୟା ୩ରୁ ୧୫କୁ ବୃଦ୍ଧି ପାଇଥିଲା । ଉଚ୍ଚଶିକ୍ଷା ବିଭାଗର ବଜେଟ ୪୭୩ କୋଟିରୁ ବୃଦ୍ଧି ପାଇ ୩,୧୭୩ କୋଟିରେ ପହଞ୍ଚିଥିଲା ଏବଂ ଭିତ୍ତିଭୂମି ଖର୍ଚ୍ଚ ୨୦ କୋଟିରୁ ୨୬୦ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଓଡ଼ିଶା ଷ୍ଟେଟ ଓପନ ୟୁନିଭରସିଟି, ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଆଇଆଇଟି, ଏମ୍ସ, ନାଇଜର, ଆଇଜର, ଆଇଆଇଏମ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଭଳି ଜାତୀୟ ଅନୁଷ୍ଠାନ ପାଇଁ ବ୍ୟାପକ ଭିତ୍ତିଭୂମି ଯୋଗାଇ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, କଳିଙ୍ଗ ଶିକ୍ଷା ସାଥୀ ଯୋଜନା ଏବଂ ନୂତନ ଉନ୍ନତ ଅଭିଳାଷ ଓଡ଼ିଶା (ନୂଆ-ଓ) ଛାତ୍ରବୃତ୍ତି ଭଳି ଯୋଜନା ଲାଗୁ କରାଯାଇଥିଲା । ବିଜୁ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ମାଗଣା ଲ୍ୟାପଟପ ବିତରଣ କରାଯିବା ସହ ମାଗଣା ୱାଇ-ଫାଇ ସୁବିଧା ମଧ୍ୟ ପ୍ରଦାନ କରାଯାଇଥିଲା । ନୂଆ-ଓ ଛାତ୍ରବୃତ୍ତି ଯୋଜନାକୁ ବର୍ତ୍ତମାନର ବିଜେପି ସରକାର ବନ୍ଦ କରିଦେଇଛି ।

ଡ଼ ମହାନ୍ତି ଆହୁରି କହିଥିଲେ ଯେ, ଚଏସ-ବେସଡ କ୍ରେଡିଟ ସିଷ୍ଟମ, ଓଡ଼ିଶା ଉଚ୍ଚଶିକ୍ଷା ଏକ୍ସିଲେନ୍ସ ପ୍ରୋଗ୍ରାମ, ଓଡ଼ିଶା ୟୁନିଭରସିଟି ରିସର୍ଚ୍ଚ ଆଣ୍ଡ ଇନୋଭେସନ ପ୍ଲାନ ଓ ବହୁ ସଂଖ୍ୟକ ଅଧ୍ୟାପକ ନିଯୁକ୍ତି ମାଧ୍ୟମରେ ଶୈକ୍ଷିକ ବାତାବରଣର ବିକାଶ ହୋଇପାରିଥିଲା । ୨୦୧୯ରେ ଆରମ୍ଭ ହୋଇଥିବା “ମୋ କଲେଜ ଅଭିଯାନ’ ପୂରାତନ ଛାତ୍ରଙ୍କୁ ସେମାନଙ୍କ ଆଲମା ମ୍ୟାଟର ସହିତ ଯୋଡ଼ି ପ୍ରାୟ ୮୫୦ଟି ଅନୁଷ୍ଠାନ ବିକଶିତ ହୋଇ ମର୍ଯ୍ୟାଦାଜନକ ସ୍କର୍ଚ ପୁରସ୍କାର ହାସଲ କରିଥିଲା ଓଡ଼ିଶା । ଓଡ଼ିଶା ୟୁନିଭରସିଟି (ସଂଶୋଧନ) ଆଇନ ୨୦୨୦ ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଶାସନ ବ୍ୟବସ୍ଥାକୁ ଆଧୁନିକ ଓ ଦକ୍ଷ କରାଯିବା ସହ ସାମ୍ସ ମାଧ୍ୟମରେ କେନ୍ଦ୍ରୀକୃତ ନାମଲେଖା ବ୍ୟବସ୍ଥା ଲାଗୁ କରାଯାଇଥିଲା ।ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ, ପ୍ରତ୍ୟେକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଗୁଣବତ୍ତାସମ୍ପନ୍ନ ଉଚ୍ଚଶିକ୍ଷାର ସୁଯୋଗ ଦେବାକୁ ସଂକଳ୍ପବଦ୍ଧ । ଶିକ୍ଷା ହିଁ ନୂଆ ଓଡ଼ିଶାର ଭିତ୍ତି । ବିଜୁ ଜନତା ଦଳର ସରକାର ଏହି କ୍ଷେତ୍ରରେ ଯେଉଁ ମଜବୁତ ଭିତ୍ତିଭୂମି ତିଆରି କରିଛି, ତାହା ଆଗାମୀ ପିଢ଼ିକୁ ସଶକ୍ତ କରିବ । ଏହି ସମସ୍ତ ଉପଲବ୍ଧô ଓଡ଼ିଶାବାସୀଙ୍କ ସମର୍ଥନ ଓ ସହଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଆହୁରି ଅଧିକ ଉନ୍ନତି ଆଣିବା ପାଇଁ ବିଜୁ ଜନତା ଦଳ ପ୍ରତିଶ୍ରୁତିବଦ୍ଧ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking