30.1 C
Bhubaneswar
Tuesday, October 13, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାରୀ କଳର
ଅପବ୍ୟବହାର କରୁଛି: ବିଜେଡି

ଛାତ୍ର ସଂସଦ ନିର୍ବାଚନରେ ବିଜେପି ସରକାରୀ କଳର
ଅପବ୍ୟବହାର କରୁଛି: ବିଜେଡି

ଏବିଭିପିକୁ ଜିତାଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ସରକାର
ନିର୍ବାଚନରେ ମୁଖ୍ୟ ସଚିବ, ଡିଜିପି, ଡିସି ହସ୍ତକ୍ଷେପ କରିବା ଅତ୍ୟନ୍ତ ନିନ୍ଦନୀୟ
ଗଣତନ୍ତ୍ରକୁ ହତ୍ୟା କରି ନିର୍ବାଚନ ଜିତିବାକୁ ବିଜେପିର ପ୍ରୟାସ କେବେ ସଫଳ ହେବ ନାହିଁ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଯେଉଁଠି ବିଜେପି ହାରିବ ବୋଲି ଜାଣୁଛୁ, ସେଠି ନିର୍ବାଚନ ବାତିଲ କରାଯାଉଛି । ଏବିଭିପି ପ୍ରାର୍ଥୀଙ୍କୁ ବିଜୟ କରାଇବା ପାଇଁ ସରକାରୀ କଳକୁ ଲଗାଇଛି ବିଜେପି । ଗଣତନ୍ତ୍ରକୁ ହତ୍ୟା କରି ନିର୍ବାଚନ ଜିତିବାକୁ ବିଜେପିର ପ୍ରୟାସ କେବେ ସଫଳ ହେବ ନାହିଁ ବୋଲି କହିଛି ବିଜେଡି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କୁ କଡ଼ା ନିନ୍ଦା କରିଛନ୍ତି । ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ କହିଥିଲେ ଯେ, ଅକ୍ଟୋବର ୧୫ ତାରିଖରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ । ବିଜେପିର ସବୁ ଚକ୍ରାନ୍ତକୁ ପ୍ରତିହତ କରି ବିସିଜେଡି ପ୍ରାର୍ଥୀ ମାନେ ବିଜୟ ଲାଭ କରିବେ । ବିଜେପି ନିଜ ପରିଚୟ ବଞ୍ଚାଇବ ପାଇଁ ଜେନ ଜି ମାନଙ୍କ ବିରୁଦ୍ଧରେ ଲଢେଇ କରୁଛି । ବିଜେପି ଯେଉଁ ଦମନଲୀଳା ଚଳାଇଛି, ତାହାକୁ ଜେନ ଜି ମାନେ ପ୍ରତିହତ କରିବେ । ଜେନ ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି । ତାଙ୍କ ପ୍ରତି ଜେନ ଜି ମାନଙ୍କ ସମର୍ଥନ ଓ ଭଲ ପାଇବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ପ୍ରତି ଜେନ ଜି ମାନଙ୍କ ସମର୍ଥନକୁ ସହ୍ୟ କରିପାରୁନି ବିଜେପି । ବିଜେପି ସରକାରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି । ସରକାରୀ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଆଗକୁ ଜେନ ଜି ମାନେ ପରିବର୍ତ୍ତନ ଆଣିବେ । ଅକ୍ଟୋବର ୧୫ ତାରିଖରେ ଏହାର ଉତ୍ତର ପାଇଯିବେ ବିଜେପି ସରକାର । ଜେନ ଜି ମାନଙ୍କ ସ୍ୱରକୁ ଦବାଇବା ପାଇଁ ବିଜେପି ସରକାରଙ୍କ ଉଦ୍ୟମ କେବେ ବି ସଫଳ ହେବ ନାହିଁ । ଗଣତନ୍ତ୍ରକୁ ହତ୍ୟା ନ କରି ଛାତ୍ର ସଂସଦ ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନ କରନ୍ତୁ ସରକାର ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଲିଙ୍ଗଡୋ କମିଶନଙ୍କ ନିୟମକୁ ଅବମାନନା କରି ଛାତ୍ର ସଂସଦ ନିର୍ବାଚନରେ ସରକାର ହସ୍ତକ୍ଷେପ କରୁଛନ୍ତି । ଯଦି ବିଜେପିକୁ ହାରିବାର ଏତେ ଭୟ ଥିଲା, ତେବେ ଛାତ୍ର ସଂସଦ ନିର୍ବାଚନ କାହିଁକି କରୁଥିଲେ ? ୨୦୨୪ ସାଧାରଣ ନିର୍ବାଚନ ସମୟରେ ସରକାରକୁ ଆସିଲେ କଲେଜ ନିର୍ବାଚନ କରିବା ନେଇ ବହୁତ ବାହାସ୍ଫୋଟ ମାରୁଥିଲା ବିଜେପି । କିନ୍ତୁ ଗତ ଦୁଇ ବର୍ଷ ଧରି କଲେଜ ନିର୍ବାଚନ କରାଇବାରେ ବିଜେପି ସରକାର ବିଫଳ ହୋଇଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ ଜିତିବା ପାଇଁ ସରକାରୀ କଳର ଅପବ୍ୟବହାର କରୁଛି ବିଜେପି । ମୁଖ୍ୟ ସଚିବଙ୍କ ଠାରୁ ଆରମ୍ଭ କରି ଡିଜିପି, ଡିସି, ଜିଲ୍ଲାପାଳ, ଏସପି ମାନେ ଛାତ୍ର ସଂସଦ ନିର୍ବାଚନରେ ହସ୍ତକ୍ଷେପ କରୁଛନ୍ତି । ସରକାରଙ୍କ ନିଦେ୍ର୍ଦଶରେ ବିସିଜେଡି ପ୍ରାର୍ଥୀଙ୍କୁ ଚୋରି କରାଯାଉଛି । କଟକ ଜିଲ୍ଲାର ଜପକୁଦ ମହିଳା ଡିଗ୍ରୀ କଲେଜରେ ଛାତ୍ର ସଂସଦ ନିର୍ବାଚନରେ ବିସିଜେଡି ପ୍ରାର୍ଥୀ ମାନେ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟ ହୋଇଥିଲେ । କିନ୍ତୁ ୧୨ ଅକ୍ଟୋବରରେ ତାହାକୁ ବାତିଲ କରି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି । କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଏମିତି କରାଯାଇଛି ? ଏହି ଘଟଣାରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଉତ୍ତରଦାୟୀ । ଅଗଣତାନ୍ତ୍ରିକ ଉପାୟରେ ଏବିଭିପି ପ୍ରାର୍ଥୀଙ୍କୁ ଜିତେଇବା ପାଇଁ ଲାଗିପଡ଼ିଛନ୍ତି ସରକାର । ଯେଉଁଠି ବିସିଜେଡି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ରହୁଛି, ସେଠି ଜାଣିଶୁଣି ନିର୍ବାଚନ ବାତିଲ କରାଯାଉଛି । ନିର୍ବାଚନରେ ଜଣେ ପ୍ରାର୍ଥୀ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର ନିୟମ ଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି ବିଜେପି । ସରକାର ଛାତ୍ରଛାତ୍ରୀଙ୍କ ମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ ନ କରି ନିରପେକ୍ଷ ଭାବେ ଛାତ୍ର ସଂସଦ ନିର୍ବାଚନ ପରିଚାଳନା କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking