30.1 C
Bhubaneswar
Tuesday, October 13, 2026
Homeଦେଶ ବିଦେଶଶେୟାର ବଜାରରେ ବଡ଼ ଉତ୍ସାହ: ୧୧୦୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ଶେୟାର ବଜାରରେ ବଡ଼ ଉତ୍ସାହ: ୧୧୦୯ ପଏଣ୍ଟ ବଢ଼ିଲା ସେନ୍‌ସେକ୍ସ

ନୂଆଦିଲ୍ଲୀ : ଭାରତୀୟ ଶେୟାର ବଜାରରେ ମଙ୍ଗଳବାର ଜୋରଦାର ଉତ୍ସାହ ଦେଖିବାକୁ ମିଳିଛି। BSE ସେନ୍‌ସେକ୍ସ ଓ NSE ନିଫ୍ଟି ୫୦ ଉଭୟ ୧ ପ୍ରତିଶତରୁ ଅଧିକ ବୃଦ୍ଧି ସହ କାରବାର ଶେଷ କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଲଙ୍ଗ୍ ଟର୍ମ କ୍ୟାପିଟାଲ୍ ଗେନ୍ସ ଟିକସ ଓ ସିକ୍ୟୁରିଟିଜ୍ ଟ୍ରାଞ୍ଜାକ୍ସନ୍ ଟ୍ୟାକ୍ସ ସମ୍ପର୍କିତ ମନ୍ତବ୍ୟ ସହ ଆଇଟି ଶେୟାରରେ ଜୋରଦାର ବୃଦ୍ଧି ବଜାରକୁ ଶକ୍ତି ଦେଇଛି।ମଙ୍ଗଳବାର କାରବାର ଶେଷରେ BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବା ୧.୫୪ ପ୍ରତିଶତ ବୃଦ୍ଧି ପାଇ ୭୩,୦୩୩.୭୮ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି NSE ନିଫ୍ଟି ୫୦ ୩୫୯ ପଏଣ୍ଟ ବା ୧.୬୦ ପ୍ରତିଶତ ବୃଦ୍ଧି ସହ ୨୨,୭୨୧.୯୫ ପଏଣ୍ଟରେ କାରବାର ଶେଷ କରିଛି।ଏହି ଜୋରଦାର ବୃଦ୍ଧି ଯୋଗୁଁ ତାଲିକାଭୁକ୍ତ କମ୍ପାନୀଗୁଡ଼ିକର ମୋଟ ବଜାର ପୁଞ୍ଜିରେ ୪.୧୨ ଲକ୍ଷ କୋଟି ଟଙ୍କାରୁ ଅଧିକ ଯୋଡ଼ି ହୋଇଛି। ଫଳରେ ମୋଟ ବଜାର ପୁଞ୍ଜି ପ୍ରାୟ ୪୭୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking