31.1 C
Bhubaneswar
Tuesday, November 3, 2026
Homeଓଡିଶାସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଅଜୟ କୁମାର ଗଡ଼ନାୟକ ଗିରଫ

ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଅଜୟ କୁମାର ଗଡ଼ନାୟକ ଗିରଫ

ସମ୍ବଲପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରକାରୀ ଅଧିକାରୀ। ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଜଣେ ଜମି ମାଲିକଙ୍କଠାରୁ ବାକି ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଛି।ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ଜମି ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପ୍ରକଳ୍ପରେ ଅଧିଗ୍ରହଣ ହୋଇଥିଲା। ଏହି ବାବଦରେ ତାଙ୍କୁ ୮୪ ଲକ୍ଷ ୬୨ ହଜାର ୨୮୮ ଟଙ୍କା କ୍ଷତିପୂରଣ ମିଳିବାର ଥିଲା। ତେବେ କ୍ଷତିପୂରଣ ଅର୍ଥ ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ କୁମାର ଗଡ଼ନାୟକ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ, ଗତ ୨୭ ତାରିଖରେ ଅଧିକାରୀ ଜଣକ ପୂର୍ବରୁ ୨ ଲକ୍ଷ ଟଙ୍କା ନେଇସାରିଥିଲେ। ବାକି ୩ ଲକ୍ଷ ୧୦ ହଜାର ଟଙ୍କା ତୁରନ୍ତ ଦେବା ପାଇଁ ଜମି ମାଲିକଙ୍କ ଉପରେ ଚାପ ପକାଉଥିଲେ। ଏପରିକି ଟଙ୍କା ନଦେଲେ ଆଗାମୀ ତୃତୀୟ ରେଳପଥ ପ୍ରକଳ୍ପ ସମୟରେ ଜମି ଅଧିଗ୍ରହଣ କାର୍ଯ୍ୟରେ ବିଭିନ୍ନ ଅସୁବିଧା ସୃଷ୍ଟି କରିବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking