ଭୁବନେଶ୍ୱର: ୩ ଜିଲ୍ଲାର ବନ୍ୟା କ୍ଷୟକ୍ଷତିର ହେବ ଆକଳନ। ଏଥିପାଇଁ ୩ଟି ପ୍ରଭାବିତ ଜିଲ୍ଲାକୁ ଯିବେ ୪ ଜଣ IAS ଅଧିକାରୀ। ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ଗଜପତି ଓ କନ୍ଧମାଳ। ସେମାନଙ୍କୁ SRCଙ୍କ ଭଳି ଅତିରିକ୍ତ କ୍ଷମତା ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ପାଇଁ ଦୁଇ ଜଣ IAS ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ। ସେହିପରି ଗଜପତି ଓ କନ୍ଧମାଳ ଜିଲ୍ଲା ପାଇଁ ଜଣେ ଲେଖାଏଁ IAS ଅଧିକାରୀ ନିୟୋଜିତ ହେବେ। ଏହି ଚାରି ଅଧିକାରୀ ନିଜ ନିଜ ଦାୟିତ୍ୱରେ ଥିବା ଜିଲ୍ଲାକୁ ଗସ୍ତ କରି ବନ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବେ।
ଗଞ୍ଜାମ ପାଇଁ ଅଜିତ କୁମାର ଓ ତେଜସ୍ୱିନୀ ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କନ୍ଧମାଳ ପାଇଁ ଶିବ ମାଲଭ୍ୟା ଓ ଗଜପତି ପାଇଁ ଙ୍କୁ ଦାୟିତ୍ୱ ଦିଆଯାଇଛି।ବିଶେଷକରି ଅର୍ଣ୍ଣବ ପରେ ଆସିଥିବା ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଘରଦ୍ୱାର, ରାସ୍ତାଘାଟ, ଚାଷଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ସମ୍ପର୍କରେ ଆକଳନ କରାଯିବ। କାମ ସରିବା ପର୍ଯ୍ୟନ୍ତ ସମ୍ପୃକ୍ତ ଜିଲାରେ ରହିବେ. କ୍ଷୟ କ୍ଷତି ଅକାଳନ ରେ ସହଯୋଗ କରିବେ, ପ୍ରଭାବିତ ଲୋକମାନଙ୍କ ପାଖାରେ ପ୍ୟାକେଜ ପଂହଁଚାଇବେ, ଭିତ୍ତି ଭୂମି ଗୁଡିକ ମରାମତି କରିବାରେ ସହଯୋଗ କରିବେ।










