31.1 C
Bhubaneswar
Tuesday, November 3, 2026
Homeଦେଶ ବିଦେଶସ୍ଥଳଭାଗ ଛୁଇଁଲା ‘ମୁରାସୁ’ : ବିପର୍ଯ୍ୟୟରୁ ବର୍ତ୍ତିଲା ଓଡ଼ିଶା !

ସ୍ଥଳଭାଗ ଛୁଇଁଲା ‘ମୁରାସୁ’ : ବିପର୍ଯ୍ୟୟରୁ ବର୍ତ୍ତିଲା ଓଡ଼ିଶା !

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ମୁରାସୁ ମଙ୍ଗଳବାର ଭୋର ସମୟରେ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଛୁଇଁଛି। ଝଡ଼ର କେନ୍ଦ୍ର ଉପକୂଳରେ ପ୍ରବେଶ କରିଛି ଏବଂ ଏହାର କାନ୍ଥ ମେଘର ଏକ ବଡ଼ ଅଂଶ ସ୍ଥଳଭାଗରେ ପହଞ୍ଚିଛି। ବାତ୍ୟା ‘ମୁରାସୁ’ ନେଲୋର ଏବଂ ନରସପୁର ମଧ୍ୟରେ ବାତ୍ୟା ସ୍ଥଳଭାଗରେ ଛୁଇଁଛି। ଉପକୂଳ ଅଞ୍ଚଳରେ ୧୦୦-୧୧୦ କିଲୋମିଟର ବେଗରେ ପ୍ରବଳ ପବନ ବହିବା ସହିତ ୧୨୦ କିଲୋମିଟର ବେଗରେ ପବନ ବହିଛି। ଏହି ପବନ ଜାରି ରହିବାର ସମ୍ଭାବନା ରହିଛି। ରିପୋର୍ଟ ଲେଖାଯିବା ବେଳକୁ ଆନ୍ଧ୍ରପ୍ରଦେଶରେ ବର୍ଷା ଜାରି ରହିଛି। ତେବେ ବାତ୍ୟା ମୁରାସୁ ଓଡ଼ିଶା ଉପରେ ପ୍ରଭାବ ପକାଇ ପାରି ନାହିଁ। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି।  ଦକ୍ଷିଣ ଉପକୂଳ ଆନ୍ଧ୍ର ପ୍ରଦେଶ ଏବଂ ରାୟଲସୀମା ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ହେବାର ସମ୍ଭାବନା ଥିବାରୁ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking