25.1 C
Bhubaneswar
Monday, November 23, 2026
Homeଦେଶ ବିଦେଶବିଷାକ୍ତ ଗ୍ୟାସ୍‌ ନେଲା ୪ ଶ୍ରମିକଙ୍କ ଜୀବନ

ବିଷାକ୍ତ ଗ୍ୟାସ୍‌ ନେଲା ୪ ଶ୍ରମିକଙ୍କ ଜୀବନ

ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀ-ଦେୱାସ ରୋଡ୍‌ସ୍ଥିତ ଏକ ହୋଟେଲରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଏଠାରେ ଥିବା ମିଠା ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ ୟୁନିଟ୍‌ର ଅବର୍ଜନା ପ୍ରକୋଷ୍ଠ ସଫା କରିବାକୁ ଯାଇ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ରାତି ପ୍ରାୟ ସାଢ଼େ ୧୦ଟାରେ ଶ୍ରମିକମାନେ ଜଣକ ପରେ ଜଣେ ପ୍ରକୋଷ୍ଠ ଭିତରକୁ ପ୍ରବେଶ କରିଥିଲେ। ହେଲେ ଭିତରେ ଥିବା ବିଷାକ୍ତ ଗ୍ୟାସ୍‌ ଯୋଗୁଁ ସେମାନେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲେ। ଭିତରୁ ବାହାରିବାର ସୁଯୋଗ ନପାଇ ସେମାନଙ୍କ ଜୀବନ ଚାଲିଯାଇଥିଲା।

ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଶ୍ରମିକମାନଙ୍କୁ ବାହାର କରିବାକୁ ଉଦ୍ୟମ କରିଥିଲେ। ପ୍ରକୋଷ୍ଠର ଗଭୀରତା ଓ ପରିସ୍ଥିତି ଜଟିଳ ଥିବାରୁ ମୃତଦେହଗୁଡ଼ିକୁ ବାହାର କରିବା ପାଇଁ ଇଲେକ୍ଟ୍ରିକ୍‌ କଟର ବ୍ୟବହାର କରିବାକୁ ପଡ଼ିଥିଲା। ଉଦ୍ଧାର ସମୟରେ ଅନ୍ୟ କିଛି ଶ୍ରମିକ ମଧ୍ୟ ବିଷାକ୍ତ ଗ୍ୟାସ୍‌ର ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking