28.1 C
Bhubaneswar
Friday, September 18, 2026
Homeଓଡିଶା୧୪ ଆଇଏଏସ୍‌ଙ୍କୁ ନୂଆ ନିଯୁକ୍ତି

୧୪ ଆଇଏଏସ୍‌ଙ୍କୁ ନୂଆ ନିଯୁକ୍ତି

ଭୁବନେଶ୍ୱର: ଆଇଏଏସ୍ କ୍ୟାଡରକୁ ପଦୋନ୍ନତି ପାଇଥିବା ୧୪ ଜଣ ଅଧିକାରୀଙ୍କୁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ପଦବୀରେ ନିଯୁକ୍ତି ଦିଆଯାଇଛି। ଏନେଇ ଶୁକ୍ରବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତଦନୁଯାୟୀ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ସୂର୍ଯ୍ୟ ନାରାୟଣ ଦାଶଙ୍କୁ ସେହି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। କଟକ ବନ୍ଦୋବସ୍ତ ଓ ଏକତ୍ରୀକରଣ ବିଭାଗର ଅତିରିକ୍ତ କମିଶନର ସୁମିତା ସରକାର ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ବଳମୁକୁନ୍ଦ ଭୂୟାଁ ସେମାନଙ୍କ ବର୍ତ୍ତମାନର ପଦବୀରେ ବଜାୟ ରହିଛନ୍ତି।ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ସୌଦାମିନୀ ସେଠୀଙ୍କୁ ସେହି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି।

ସମ୍ବଲପୁର ଆରଡିସି (ଉତ୍ତରାଞ୍ଚଳ) କାର୍ଯ୍ୟାଳୟ ଅଧୀନରେ ଥିବା କେନ୍ଦୁଝର ବନ୍ଦୋବସ୍ତ ଓ ଏକତ୍ରୀକରଣ ବିଭାଗର ଅତିରିକ୍ତ କମିଶନର ମଧୁସ୍ମିତା ନାୟକ ବର୍ତ୍ତମାନର ପଦବୀରେ ନିୟୋଜିତ ରହିବେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ୱତନ୍ତ୍ର ସଚିବ ଜ୍ୟୋତିର୍ମୟୀ ପ୍ରଧାନଙ୍କୁ ସେହି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ଶ୍ରମ ଓ ରାଜ୍ୟ ବୀମା (ଇଏସଆଇ) ବିଭାଗର ସ୍ୱତନ୍ତ୍ର ସଚିବ ମଧୁସ୍ମିତା ନାୟକଙ୍କୁ ଶ୍ରମ ଓ ରାଜ୍ୟ ବୀମା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯିବା ସହ ସେ ଭୁବନେଶ୍ୱର ଇଏସ୍‌ଆଇ ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସ୍ୱତନ୍ତ୍ର ସଚିବ ବବିତା ମହାନ୍ତିଙ୍କୁ ସେହି ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

ସେହିପରି ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଅନୁଜ କୁମାର ଦାସ ପଟ୍ଟନାୟକଙ୍କୁ ସେହି ବିଭାଗର ଯୁଗ୍ମ ସଚିବ, ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଜ୍ୟୋତି ରଞ୍ଜନମିଶ୍ରଙ୍କୁ ଶିଳ୍ପ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଇଡକୋର ମୁଖ୍ୟ ମହାପ୍ରବନ୍ଧକ ସୁରେନ୍ଦ୍ର କୁମାର ପଣ୍ଡା ନିଜ ପଦବୀରେ ବଜାୟ ରହିବେ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଶୁଭ୍ରା ମହାନ୍ତିଙ୍କୁ ସେହି ବିଭାଗର ଯୁଗ୍ମ ସଚିବ, ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ସଂଘମିତ୍ରା ଶତପଥୀଙ୍କୁ ସେହି ବିଭାଗର ଯୁଗ୍ମ ସଚିବ ଏବଂ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ହିମାଂଶୁ ଶେଖର ବେହେରାଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking