ଯାଜପୁର : ନଦୀକୁ ଡେଇଁପଡିଲେ ସ୍ୱାମୀ-ସ୍ତ୍ରୀ । ବିରୂପା ନଦୀର ବାଲିକୁଦା ସେତୁ ଉପରୁ ନଦୀକୁ ଡେଇଁ ପଡ଼ିଲେ ସ୍ବାମୀ ସ୍ତ୍ରୀ । ସ୍ତ୍ରୀକୁ ଉଦ୍ଧାର କରାଯାଇ ଥିବା ବେଳେ ସ୍ବାମୀ ନିଖୋଜ । ବରି ଅଗ୍ନିଶମ ବାହିନୀ ଦ୍ଵାରା ଉଦ୍ଧାର କାର୍ଯ୍ୟ ଜାରି ।ତେବେ ନଦୀକୁ ଡେଇଁ ପଡ଼ିଥିବା ସ୍ବାମୀ ସ୍ତ୍ରୀ ହେଉଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ତାଳୁଆ ଅଞ୍ଚଳ ର ସୁଧାକର ଓଝା ଓ ତାଙ୍କ ପତ୍ନୀ ତିଳୋତ୍ତମା ଓଝା ବୋଲି ଜଣା ପଡିଛି । ପାରିବାରିକ କଳହରୁ ସୋମବାର ସକାଳେ ଉଭୟ ସ୍ବାମୀ ସ୍ତ୍ରୀ ବାଲିକୁଦା ସେତୁ ଉପରକୁ ଆସି ନଦୀକୁ ଡେଇଁ ପଡ଼ିଥିଲେ । ଖବର ପାଇ ବରି ଅଗ୍ନିଶମ ବାହିନୀକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ସ୍ତ୍ରୀ ତିଲୋତମାଙ୍କୁ ବରି ମହାକାଳ ପଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇଥିବା ବେଳେ ସ୍ବାମୀ ଏବେବି ନିଖୋଜ ରହିଛି ।ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ହୋଇଥିବା ସ୍ତ୍ରୀ ତିଳୋତ୍ତମାକୁ କେନ୍ଦ୍ରାପଡ଼ା ଇନ୍ଦୁପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି। ବର୍ତ୍ତମାନ ସୁଦ୍ଧା ସ୍ୱାମୀଙ୍କ କୌଣସି ପତ୍ତା ମିଳିନାହିଁ ।










