30.1 C
Bhubaneswar
Monday, September 14, 2026
Homeଓଡିଶାଖୁବଶୀଘ୍ର ବଜାରକୁ ଆସିବ ଓମ୍ଫେଡ୍ ପାଣି

ଖୁବଶୀଘ୍ର ବଜାରକୁ ଆସିବ ଓମ୍ଫେଡ୍ ପାଣି

ନୂଆପଡ଼ା: ଖୁବଶୀଘ୍ର ବଜାରକୁ ଆସିବ ଓମ୍ଫେଡ୍ ପାଣି । ବିଭିନ୍ନ ଫ୍ଲେଭରରେ ଆସିବ ଓମ୍ଫେଡ୍ ଆଇସକ୍ରିମ୍ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।ମନ୍ତ୍ରୀ କହିଛନ୍ତି, ବୋର୍ଡ ସହ ଏନେଇ ଆଲୋଚନା ଚାଲିଛି । ବୋର୍ଡ ଅନୁମୋଦନ ପରେ ବଜାରକୁ ଆସିବ ଓମ୍ଫେଡ୍ ପାଣି ଓ ଓମ୍ଫେଡ୍ ଆଇସକ୍ରିମ୍ । ରାଜ୍ୟରେ କ୍ଷୀର, ଛେନା, ପନିର ଅପମିଶ୍ରଣ ଘଟଣା ଆସୁଥିବା ବେଳେ ମନ୍ତ୍ରୀ ଓମ୍ଫେଡ୍ର ଗୁଣବତ୍ତା ନେଇ ମତ ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଓମ୍ଫେଡ୍ର ଗୁଣବତ୍ତା ରହିଛି । ଓମ୍ଫେଡ୍ କ୍ଷୀରକୁ ତ୍ରିସ୍ତରୀୟ ଚେକିଂ କରାଯାଏ । ଫ୍ୟାଟ୍ ଚେକିଂ ହୁଏ । ଅପମିଶ୍ରଣ ହୁଏନାହିଁ । ଯଦି ଅପମିଶ୍ରଣ ହୁଏ, କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ବୋଲି ମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking