ମାଲକାନଗିରି: ଦୁର୍ଗାପୂଜା ଦେଖିବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଖି ବୁଜିଲା କୁନି ଶିଶୁ । ଅନ୍ୟ ୩ ଜଣ ଗୁରୁତର । ମାଲକାନଗିରି ଜିଲ୍ଲା କାଲିମେଳାରେ ଅଟୋକୁ ପିଟିଲା କଣ୍ଟେନର୍ । ଏଥିରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି । ଏଥିସହ ୩ ଜଣ ଗୁରୁତର ହୋଇଛନ୍ତି । କାଲିମେଳା ପୁଲିସ ଚେକ୍ ପୋଷ୍ଟ ନିକଟରେ ଘଟିଛି ଦୁର୍ଘଟଣା । ମଙ୍ଗଳବାର ରାତିରେ ଦୁର୍ଗା ପୂଜା ଦେଖିବାକୁ କାଲିମେଳାରୁ ପରିବାରଲୋକେ ଏମ୍ଭି-୬୪କୁ ଯାଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଛି । ଗୁରୁତରମାନଙ୍କୁ ମାଲକାନଗିରି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।










