ମାଲକାନଗିରି : ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଦୁର୍ଘଟଣାରେ କାର ଚାଳକ ଗୁରୁତର । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ବଳଦିଆଗୁଡା ମୁଖ୍ୟ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ମାଲକାନଗିରିରୁ ଜୟପୁର ଅଭିମୁଖେ ଯାଉଥିବା ବେଳେ ହଠାତ କାରଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ଧକ୍କା ଦେଇଥିଲା । ଫଳରେ କାର ଚାଳକ ବୈପାରୀଗୁଡାର ରାଜକିଶୋର ସ୍ୱାଇଁ ଗୁରୁତର ହୋଇଛନ୍ତି । ସେ ସକାଳୁ ମାଲକାନଗିରିରୁ ନିଜ ଘରକୁ ଫେରୁଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ଚିକିତ୍ସା କରାଯାଇଥିଲା । ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାରେ କାରଟି ମଧ୍ୟ ଭାଙ୍ଗିରୁଜି ଯାଇଛି । ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛଇ ମାଥିଲି ପୋଲିସ ।










