32.1 C
Bhubaneswar
Tuesday, September 15, 2026
Homeଦେଶ ବିଦେଶଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ଶାସକ ମେଣ୍ଟ ଦୁଇଫାଳ

ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ଶାସକ ମେଣ୍ଟ ଦୁଇଫାଳ

ନୂଆଦିଲ୍ଲୀ : ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି-ଏନଡିଏ ଶାସିତ ୨୧ଟି ରାଜ୍ୟରେ ସମାନ ନାଗରିକ ସଂହିତା(ୟୁସିସି)ଲାଗୁ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ଶାସକ ମେଣ୍ଟ ଦୁଇଫାଳ ହୋଇଥିବା ପରି ମନେ ହେଉଛି। ସମାନ ନାଗରିକ ସଂହିତାକୁ ନେଇ ଏନଡିଏ ଭିତରେ ମତଭେଦ ଦେଖାଦେଇଛି। କିଛି ଏନଡିଏ ସହଯୋଗୀ ୟୁସିସିକୁ ସମର୍ଥନ କରିଛନ୍ତି, ଯେତେବେଳେ କିଛି ଏହାକୁ ବିରୋଧ କରିଛନ୍ତି। ୟୁସିସିକୁ ବିରୋଧ କରୁଥିବା ଦଳଗୁଡ଼ିକ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଏକ ବ୍ୟାପକ ଆଲୋଚନା ହେବା ଉଚିତ୍।ତେଲୁଗୁ ଦେଶମ ପାର୍ଟି (ଟିଡିପି), ଶିବସେନା ଏବଂ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା(ଏଚ୍ଏଏମ୍) (ଧର୍ମନିରପେକ୍ଷ)ୟୁସିସିକୁ ସମର୍ଥନ କରିଛନ୍ତି।ଯେତେବେଳେ ଜନତା ଦଳ (ୟୁନାଇଟେଡ୍) ଏବଂ ଲୋକ ଜନଶକ୍ତି ପାର୍ଟି(ରାମ ବିଳାସ)ପରି ବିଜେପି ସହଯୋଗୀମାନେ ସତର୍କ ମନୋଭାବ ଗ୍ରହଣ କରିଛନ୍ତି।ନୀତିଶ କୁମାରଙ୍କ ଦଳ ଜେଡିୟୁର ବରିଷ୍ଠ ନେତା ତଥା ବିଧାୟକ ଶ୍ୟାମ ରଜକ କହିଛନ୍ତି, ସଂସଦରେ ବିଲ୍ ପାସ୍ ହେଉଥିବା ସମୟରେ ମଧ୍ୟ ଆମ ଦଳ ଏହାକୁ ସମର୍ଥନ କରି ସ୍ପଷ୍ଟ କରିଥିଲା ଯେ, ଏହାକୁ ବିହାରରେ ଲାଗୁ କରାଯିବା ଉଚିତ୍ ନୁହେଁ। ଦଳ ଆଜି ମଧ୍ୟ ଏହି ମତ ବଜାୟ ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking