32.1 C
Bhubaneswar
Tuesday, September 15, 2026
Homeଓଡିଶାବ୍ୟାଙ୍କ ବଡ଼ ଡକାୟତି ଯୋଜନା ପଣ୍ଡ କଲା ପୁଲିସ: ୫ ଅଟକ

ବ୍ୟାଙ୍କ ବଡ଼ ଡକାୟତି ଯୋଜନା ପଣ୍ଡ କଲା ପୁଲିସ: ୫ ଅଟକ

ମୟୂରଭଂଜ:  ବଡ଼ ଧରଣର ବ୍ୟାଙ୍କ ଡକାୟତି ଯୋଜନାକୁ ପଣ୍ଡ କରିଛି ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ପୁଲିସ । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ମାନଗୋବିନ୍ଦପୁର ସ୍ଥିତ ୟୁନିୟନ ବ୍ୟାଙ୍କ ଭିତରେ ପଶି ଡକାୟତି କରୁଥିବା ବେଳେ ପୁଲିସ ଅଚାନକ ଚଢ଼ାଉ କରିଥିଲା । ପୁଲିସ ଆସିବା ଦେଖି ଅଭିଯୁକ୍ତମାନେ କାର୍‌ରେ ଖସିଯିବାକୁ ଉଦ୍ୟମ କରିଥିଲେ । ମାଣତ୍ରୀ–ବୈଶିଙ୍ଗା ରାସ୍ତାରେ ପୁଲିସ ସେମାନଙ୍କୁ ପିଛା କରି ବୈଶିଙ୍ଗା ଛକ ନିକଟରେ ଧରିଥିଲା । ଘଟଣାସ୍ଥଳରୁ ପଶ୍ଚିମବଙ୍ଗ ନମ୍ବର ଥିବା କାର୍‌କୁ ଜବତ କରାଯାଇଛି । ୫ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏହି ଗ୍ୟାଙ୍ଗର ସଦସ୍ୟମାନେ ରାଜ୍ୟର ବିଭିନ୍ନ ସ୍ଥାନର ଚୋରି ଓ ଡକାୟତି ମାମଲାରେ ଜଡ଼ିତ ଥିବା ନେଇ ପୁଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking