32.1 C
Bhubaneswar
Tuesday, September 15, 2026
Homeଓଡିଶାସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଅଟକ

ଠାକୁରମୁଣ୍ଡା:  ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅଞ୍ଚଳରେ ଏକ ହତ୍ୟା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । ସ୍ୱାମୀ ବିରୋଧରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ମହୁଲଡିହା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାରୁ ଜଣାପଡିଛି ଯେ, ଗତ ୧୪ ତାରିଖ ରାତି ପ୍ରାୟ ୮.୩୦ ସମୟରେ ମହୁଲଡିହା ଥାନାରେ ଅଭିଯୋଗକାରୀ ଶମ୍ଭୁ ବିନ୍ଧାଣୀ (୩୫), ପିତା- କୃଷ୍ଣ ବିନ୍ଧାଣୀ, ଗ୍ରାମ- ଖୁକୁନ୍ଦ, ଥାନା- ମହୁଲଡିହାଙ୍କ ଦ୍ୱାରା ଏକ ହତ୍ୟା ମାମଲା ରୁଜୁ ହୋଇଛି ।ଅଭିଯୋଗ ଅନୁଯାୟୀ, ତାଙ୍କ ବଡ଼ ଭଉଣୀ ପାନମଣି ବିନ୍ଧାଣୀ (୪୨) ପ୍ରାୟ ୫ ବର୍ଷ ପୂର୍ବେ ବୁଧିଆ ବିନ୍ଧାଣୀ (୪୬), ପିତା- ସ୍ୱର୍ଗତ ଜଗନ୍ନାଥ ବିନ୍ଧାଣୀ, ଗ୍ରାମ- କରଡ଼ାପାଳ, ଡାଳପକାସାହି, ଥାନା- ମହୁଲଡିହାଙ୍କୁ ବିବାହ କରିଥିଲେ । ବୁଧିଆଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ବିବାହ ପରେ ପାନମଣି ସ୍ୱାମୀଙ୍କ ସହ ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନଯାପନ କରୁଥିଲେ । ତେବେ ଗତ ପ୍ରାୟ ୩ ବର୍ଷ ହେବ ବୁଧିଆ ତାଙ୍କୁ ବିଭିନ୍ନ ସମୟରେ ମାରପିଟ କରି ଆସୁଥିଲେ। ଏକ ଘଟଣାରେ ମାଡ଼ ମାରିବା ଫଳରେ ତାଙ୍କର ଗୋଟିଏ ଦାନ୍ତ ମଧ୍ୟ ଖସିଯାଇଥିଲା । ପରବର୍ତ୍ତୀ ସମୟରେ ଉଭୟ ପକ୍ଷ ମଧ୍ୟରେ ଘରେ ବସି ଆପୋଷ ସମାଧାନ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking