29.1 C
Bhubaneswar
Wednesday, September 9, 2026
Homeଦେଶ ବିଦେଶଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା : ପିଜି ଅପରେଟର୍ ଗିରଫ

ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା : ପିଜି ଅପରେଟର୍ ଗିରଫ

ନୂଆଦିଲ୍ଲୀ :  ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ଏକ ୫ ମହଲା କୋଠା ଭୁଶୁଡ଼ି ୭ ଜଣଙ୍କର ମୃତ୍ୟୁ ଘଟିବା ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି କଡ଼ାକଡ଼ି କରିଛି। ବୁଧବାର ସକାଳେ ”ହଷ୍ଟେଲ ଡେଜ୍” ନାମକ ବଏଜ୍ ପିଜି ଚଳାଉଥିବା ଦୁଇଜଣ ବ୍ୟବସାୟୀଙ୍କ ମଧ୍ରୁ ଅଭିଯୁକ୍ତ ସୁଧାଂଶୁଙ୍କୁ ପୋଲିସ ଗିରଫ କରିଛି। ଅନ୍ୟଜଣ ସହ-ଅଂଶୀଦାର ଶୁଭମ ତ୍ୟାଗୀ ଏବେ ବି ଫରାର୍ ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।ଗତ ରବିବାର ଅପରାହ୍ନରେ ଏହି ୫ ମହଲିଆ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଫଳରେ ୫ ଜଣ ଛାତ୍ରଙ୍କ ସମେତ ମୋଟ ୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା ।ଦକ୍ଷିଣ-ପଶ୍ଚିମ  ଦିଲ୍ଲୀର ପୋଲିସ ଡିସିପି ଅମିତ ଗୋଏଲଙ୍କ ଅନୁଯାୟୀ, ବର୍ଷା ଦିନିଆ ପାଣି ଓ ବର୍ଜ୍ୟବସ୍ତୁ ଜମି ରହୁଥିବାରୁ ଗତ ୮-୧୦ ଦିନ ହେବ ବେସମେଣ୍ଟରେ ମରାମତି କାମ ଚାଲିଥିଲା। ଏଥିସହିତ ଗ୍ରାଉଣ୍ଡ ଫ୍ଲୋରକୁ ବ୍ୟବସାୟିକ ସମ୍ପ୍ରସାରଣ ପାଇଁ ବେଆଇନ୍ ଭାବେ ଭଙ୍ଗାଗଢ଼ା କରାଯାଉଥିବାରୁ କୋଠାଟି ଦୁର୍ବଳ ହୋଇ ଭୁଶୁଡ଼ି ପଡ଼ିଥିଲା। ଏହି ମାମଲାରେ ପୋଲିସ ପୂର୍ବରୁ ବେସମେଣ୍ଟ ମରାମତି କାମର ତଦାରଖ କରୁଥିବା ଠିକାଦାର ସନୋଜଙ୍କୁ ଗିରଫ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking