ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୁଆଖାଇ ନଦୀରେ ଅଟୋ ଚାଳକ ସଞ୍ଜୟ ସ୍ୱାଇଁ ନିଖୋଜ ଘଟଣାର ୩୬ ଘଣ୍ଟା ପରେ ଉଦ୍ଧାର ହୋଇଛି ତାଙ୍କ ମୃତ ଦେହ l ବାଲିଅନ୍ତା ଅଗ୍ନିଶମ ବାହିନୀ ଦୀର୍ଘ ୩୬ ଘଣ୍ଟା କାଳ ସର୍ଚ୍ଚ ଅପରେସନ କରି ଶବ ଠାବ କରିବାରେ ସଫଳ ହୋଇଛି lଟଙ୍କପାଣି ବ୍ରିଜରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ, ଘଟଣାସ୍ଥଳ ଠାରୁ ପ୍ରାୟ ୨ କିମି ଦୂର ଲିଙ୍ଗିପୁର ପାର୍ଶ୍ଵରେ ମୃତଦେହ ଠାବ କରାଯାଇଛି l ମୃତ ଦେହର ସୂଚନା ପାଇ ବାଲିଅନ୍ତା ଥାନା ପୁଲିସ ତଥା ପରିବାର ଲୋକ ପହଞ୍ଚି ଥିଲେ । ପରେ ମୃତଦେହ ବ୍ୟବଛେଦ କରାଯିବା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଥିଲା l ଉଲ୍ଲେଖ ଯୋଗ୍ୟ ଯେ ଗତ ୭ ତାରିଖ ରାତି ୧0ଟା ସମୟରେ ହରଚଣ୍ଡୀ ସାହିର ସଞ୍ଜୟ ନିଜ ପତ୍ନୀଙ୍କ ସହ ଝଗଡା କରି ନିଖୋଜ ହୋଇଯାଇଥିଲେ l କିଛି ସମୟ ପରେ ଟଙ୍କପାଣି ବ୍ରିଜ ଉପରୁ ତାଙ୍କର ଅଟୋ ଚପଲ, ଗାଡି ଚାବି, ଏବଂ ମୋବାଇଲ ଫୋନ ମିଳିଥିଲା l ବାଲିଅନ୍ତା ଅଗ୍ନିଶମ ବାହିନୀ,ଭୁବନେଶ୍ୱର ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଜାରି ରଖିଥିଲେ l ଆଜି ତାଙ୍କ ମୃତ ଦେହ ଲିଙ୍ଗିପୁର ପାର୍ଶ୍ୱବର୍ତ୍ତୀ ନଦୀରୁ ଉଦ୍ଧାର କରାଯାଇଥିଲା ।










