ଅନୁଗୋଳ: ମାଡ଼ୁଛି ସ୍କ୍ରବ ଟାଇଫସ। ନେଉଛି ମୁଣ୍ଡ। ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରେ କାୟା ବିସ୍ତାର କରୁଛି ମାରାତ୍ମକ ସ୍କ୍ରବ ଟାଇଫସ ରୋଗ। ଗାଁକୁ ଗାଁ ଏହି ସଂକ୍ରମଣ ବ୍ୟାପିବାରେ ଲାଗିଛି। ରଜଡ଼ଙ୍ଗ ଗାଁର ଉଷା ନାଏକଙ୍କ ମୃତ୍ୟୁ ପରେ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ମୃତ୍ୟୁକୁ ମିଶାଇ କେବଳ ପାଳଲହଡ଼ା ଅଞ୍ଚଳରେ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ରୋଗର ପ୍ରକୋପ ବୃଦ୍ଧି ପାଉଥିଲେ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଏପର୍ୟ୍ୟନ୍ତ କୌଣସି ଡାକ୍ତରୀ ଦଳ ପହଞ୍ଚି ନାହାନ୍ତି। ଏଣୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆଶଙ୍କା ବଢ଼ିଥିବାରୁ ତୁରନ୍ତ ଗାଁକୁ ଡାକ୍ତରୀ ଟିମ୍ ପଠାଇ ସ୍ୱାସ୍ଥ୍ୟ ଯାଞ୍ଚ ଏବଂ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ଜୋରଦାର ଦାବି ହୋଇଛି।










