ଭୁବନେଶ୍ୱର: ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଡିଆ ସୂଚନା ଦେଇ କହିଛନ୍ତି, ନନ୍ଦନକାନନରେ ଯତ୍ନର ସହ ଓରାଙ୍ଗଉଟାନଙ୍କୁ ରଖାଯାଇଛି । ନନ୍ଦନକାନନରେ ସ୍ଥାୟୀ ଭାବେ ରଖିବାକୁ ସେଣ୍ଟ୍ରାଲ ଜୁ ଅଥରିଟିକୁ ଅନୁମତି ମାଗିଛୁ । ଓରାଙ୍ଗଉଟାନ ନନ୍ଦନକାନନରେ ରହିଲେ ଶୋଭା ବଢିବ, ପର୍ଯ୍ୟଟକ ବି ବଢିବେ । ଓରାଙ୍ଗଉଟାନକୁ କିଏ ଆଣିଲା, କେୁଠୁ ଅଣାଗଲା ତଦନ୍ତ ଚାଲିଛି । ଏୟାରପୋର୍ଟ ଓ ରେଲୱେ ଷ୍ଟେସନର ସିିିିିସିଟିଭି ଚେକ କରାଯାଉଛି । ଜଳପଥ ପାଇଁ କୋର୍ଟଟଗାର୍ଡ ସହ ବି ଆଲୋଚନା ଚାଲିଛି । ଦେଶର ବିଭିନ୍ନ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଛି । ଯଦି କେହି ଚିଡିଆଖାନାରୁ ଚୋରି କରି ଆଣିଥିବେ, ସେନେଇ କଥାବାର୍ତ୍ତା ଚାଲିଛି ।










