28.1 C
Bhubaneswar
Thursday, September 10, 2026
Homeଓଡିଶାଚାନ୍ଦବାଲିର ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି

ଚାନ୍ଦବାଲିର ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି

ଭଦ୍ରକଚାନ୍ଦବାଲି ମୁଖ୍ୟରାସ୍ତା ଚନ୍ଦନପୁର ଛକରେ ଥିବା ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମନ୍ଦିରରେ କେହି ଦୁର୍ବୃତ୍ତ ପଶି ମାଆଙ୍କର ସୁନା ଓ ରୁପା ଅଳଙ୍କାର ସହ ଭେଟି ବାକ୍ସରୁ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ପ୍ରଥମେ ମନ୍ଦିରର ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗିଥିଲା । ଏହାପରେ ଭିତର ଦ୍ୱାରର ତାଲାକୁ ମଧ୍ୟ କାଟି ମନ୍ଦିର ଭିତରକୁ ପ୍ରବେଶ କରିଥିଲା । ମାଆଙ୍କ ମଥାମଣି, ରୁପା ମକୁଟ, ସୁନା ଚିତା, ସୁନା ଓ ରୁପା ଆଖି, ସୁନା-ରୁପା ହାର ଭଳି ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଛି ।କେବଳ ଏତିକି ନୁହେଁ, ଦୁର୍ବୃତ୍ତ ମନ୍ଦିରର ଦାନ ବାକ୍ସର ତାଲା ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଛି। ବାକ୍ସ ଭିତରେ ଥିବା ଟଙ୍କା ମଧ୍ୟ ଚୋରି କରିନେଇଛି ଚୋର । ଆଜି ଭୋର ପ୍ରାୟ ୪ଟା ସମୟରେ ମନ୍ଦିର ପାଇଁ ଫୁଲ ତୋଳିବାକୁ ଯାଇଥିବା ବ୍ୟକ୍ତି ମନ୍ଦିର ଗେଟ୍‌ ଖୋଲା ଥିବା ଦେଖିଥିଲେ । ପରେ ଘଟଣା ସମ୍ପର୍କରେ ଆଖପାଖ ଅଞ୍ଚଳରେ ଜଣାପଡ଼ିବା ସହ ଚାନ୍ଦବାଲି ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି । ଚୋରି ପଛରେ କିଏ ରହିଛି ଏବଂ ଚୋରି ହୋଇଥିବା ଅଳଙ୍କାର ଓ ଟଙ୍କା କେଉଁଠି ଅଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking