28.1 C
Bhubaneswar
Thursday, September 10, 2026
Homeଦେଶ ବିଦେଶଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ

ଚୀନ୍‌ ବନ୍ଦରରେ ମାଲବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ: ୨୦ ମୃତ

ନୂଆଦିଲ୍ଲୀ:  ଚୀନ୍‌ର କ୍ୱିଂଡାଓ ବନ୍ଦରରେ ଏକ ମାଲବାହୀ ଜାହାଜରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଆହୁରି ୫ ଜଣ ନିଖୋଜ ଥିବା ଜଣାପଡ଼ିଛି । ଜାହାଜଟି ଉତ୍ତର-ପୂର୍ବ ଚୀନ୍‌ ଉପକୂଳର ଏକ ପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ମରାମତି ପାଇଁ ଡକ୍‌ କରାଯାଇଥିଲା । ସୂଚନା ଅନୁଯାୟୀ, ଲାଇବେରିଆ ପତାକା ବହନ କରୁଥିବା ଏହି ଜାହାଜର ନାମ ‘ଓସେନ୍‌ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି । ଜାହାଜରେ ମୋଟ ୪୨ ଜଣ ଲୋକ ଥିଲେ। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି ।

ସ୍ଥାନୀୟ ସମୟ ଅନୁଯାୟୀ ସକାଳ ପ୍ରାୟ ୧୧ଟା ସମୟରେ ଜାହାଜରେ ନିଆଁ ଲାଗିଥିଲା। ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ନିର୍ବାପଣ କାର୍ଯ୍ୟ ଆରମ୍ଭ କରିଥିଲେ । ଅପରାହ୍ଣ ପ୍ରାୟ ୨ଟା ୩୦ ସୁଦ୍ଧା ନିଆଁକୁ ଆୟତ୍ତକୁ ଅଣାଯାଇଥିବା ସୂଚନା ମିଳିଛି ।ତେବେ ଜାହାଜରେ ନିଖୋଜ ଥିବା ୫ ଜଣଙ୍କୁ ଖୋଜିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି। ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking