ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବଣ୍ଡା ଘାଟି ଅଞ୍ଚଳରେ ମ୍ୟାଲେରିଆ ଭୟ ବୃଦ୍ଧି ପାଇଛି। ଗାଁରୁ ଗାଁକୁ ମ୍ୟାଲେରିଆ ଜ୍ୱର ବ୍ୟାପିବାରେ ଲାଗିଛି। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ପରିସ୍ଥିତିର ସମୀକ୍ଷା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଏକ ରାଜ୍ୟସ୍ତରୀୟ ଦଳ ବଣ୍ଡା ଘାଟିରେ ପହଞ୍ଚିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଗମ ଓ ଦୂରବର୍ତ୍ତୀ ଅଞ୍ଚଳରେ ମ୍ୟାଲେରିଆ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ବିଭାଗ କ’ଣ ପଦକ୍ଷେପ ନେଉଛି, ସେଥିପ୍ରତି ଏହି ଦଳ ଗୁରୁତ୍ୱାରୋପ କରିଥିଲା। ଏହା ସହିତ ମ୍ୟାଲେରିଆ ସଂକ୍ରମଣର ବର୍ତ୍ତମାନର ସ୍ଥିତି ମଧ୍ୟ ସମୀକ୍ଷା କରାଯାଇଥିଲା। ଏହି ସମୟରେ ବଣ୍ଡା ଘାଟିର ଦାନ୍ତିପଡ଼ା ଗାଁରେ ଚିହ୍ନଟ ହୋଇଥିବା ଦୁଇ ମ୍ୟାଲେରିଆ ରୋଗୀଙ୍କୁ ମଧ୍ୟ ଏହି ଦଳ ଭେଟିଥିଲା।
https://www.youtube.com/watch?v=NXoO9NwmF5k&t=3s










