27.1 C
Bhubaneswar
Friday, September 4, 2026
Homeଓଡିଶାପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍‌ ପାଇଁ ସଂପୃକ୍ତ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା

ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍‌ ପାଇଁ ସଂପୃକ୍ତ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଉପରେ ଆଲୋଚନା

ଭୁବନେଶ୍ୱର: ଜନସାଧାରଣଙ୍କୁ ଅଧିକ ସରଳ, ସ୍ୱଚ୍ଛ, ଦ୍ରୁତ ଓ ସୁବିଧାଜନକ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର ପଞ୍ଜୀକରଣ ବ୍ୟବସ୍ଥାର ସମ୍ପୂର୍ଣ୍ଣ ଡିଜିଟାଲାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି। ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍ ବା ଦଲିଲ୍ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନ ପାଇଁ Registration Act, 1908ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l

ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ କହିଛନ୍ତି, ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ସରଳ, ଦ୍ରୁତ ଓ ନାଗରିକକେନ୍ଦ୍ରିକ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। Paperless Deed Registration ବ୍ୟବସ୍ଥା ମାଧ୍ୟମରେ ନାଗରିକମାନେ ଅଧିକ ସୁବିଧାରେ ପଞ୍ଜୀକରଣ ସେବା ପାଇପାରିବେ। ଭୂ-ରେକର୍ଡ ଓ ପଞ୍ଜୀକରଣ ରେକର୍ଡର ଡିଜିଟାଲ୍‌ ସମନ୍ୱୟ ଦ୍ୱାରା ସେବା ପ୍ରଦାନରେ ଦକ୍ଷତା ଓ ସ୍ୱଚ୍ଛତା ଆହୁରି ବୃଦ୍ଧି ପାଇବ।

ସୂଚନାଯୋଗ୍ୟ ଯେ, ପ୍ରସ୍ତାବିତ ସଂଶୋଧନ ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟାକୁ End-to-End Digital Registration ବ୍ୟବସ୍ଥାରେ ପରିଣତ କରାଯିବ। ଏଥିପାଇଁ ଆଇନରେ ବର୍ତ୍ତମାନ ବିଦ୍ୟମାନ ୮ଟି ଧାରାରେ ସଂଶୋଧନ ସହିତ ୯ଟି ନୂତନ ଧାରା ଯୋଡ଼ିବାର ପ୍ରସ୍ତାବ ରହିଛି। ଏହା ଅଧୀନରେ Electronic Book, Electronic Signature ଓ Electronic Sealକୁ ଆଇନଗତ ସ୍ୱୀକୃତି ଦିଆଯିବ। ପଞ୍ଜୀକୃତ ଦଲିଲର ଇଲେକ୍ଟ୍ରୋନିକ୍‌ ସଂରକ୍ଷଣ ଏବଂ ଇଲେକ୍ଟ୍ରୋନିକ୍‌ ପ୍ରତିଲିପି ତଥା ରେକର୍ଡ଼କୁ ଆଇନଗତ ମାନ୍ୟତା ଦେବାର ବ୍ୟବସ୍ଥା ମଧ୍ୟ ରହିଛି।

ପଞ୍ଜୀକରଣ ପାଇଁ ଦଲିଲର ଇଲେକ୍ଟ୍ରୋନିକ୍‌ ଉପସ୍ଥାପନା, ନିର୍ଦ୍ଦିଷ୍ଟ ମାମଲାରେ ଇଲେକ୍ଟ୍ରୋନିକ୍‌ ଉପସ୍ଥିତି ଓ ତଦନ୍ତର ମଧ୍ୟ ବ୍ୟବସ୍ଥା କରାଯିବ। ପଞ୍ଜୀକରଣକୁ Unique Property Identification Number (UPIN) କିମ୍ବା ସରକାରୀ ଭୂ-ରେକର୍ଡ ସହିତ ସଂଯୁକ୍ତ ପରିଚୟ ସଂଖ୍ୟା ସହ ଲିଙ୍କ୍‌ କରିବାର ବ୍ୟବସ୍ଥା ରହିବ।

ନୂତନ ବ୍ୟବସ୍ଥାରେ ନାଗରିକଙ୍କ ସମ୍ମତିକ୍ରମେ Aadhaar Authentication ମାଧ୍ୟମରେ ଇଲେକ୍ଟ୍ରୋନିକ୍‌ ପରିଚୟ ଯାଞ୍ଚର ସୁବିଧା ରହିବ। ତେବେ Aadhaarକୁ ବାଧ୍ୟତାମୂଳକ କରାଯିବ ନାହିଁ। ଅଫ୍‌ଲାଇନ୍‌ ଭେରିଫିକେସନ୍‌, OVD/e-Documents ଓ ଅନ୍ୟ ନିର୍ଦ୍ଦିଷ୍ଟ ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ମଧ୍ୟ ପରିଚୟ ଯାଞ୍ଚ କରାଯାଇପାରିବ।

ପଞ୍ଜୀକରଣଯୋଗ୍ୟ ଦଲିଲ ପାଇଁ Standard Templates ପ୍ରସ୍ତୁତ କରାଯିବା ସହ ନିର୍ଦ୍ଦିଷ୍ଟ ବର୍ଗର ଦଲିଲ ପାଇଁ ସମ୍ପୂର୍ଣ୍ଣ ଇଲେକ୍ଟ୍ରୋନିକ୍‌ ପଞ୍ଜୀକରଣ ବ୍ୟବସ୍ଥା ପ୍ରଚଳନର ବ୍ୟବସ୍ଥା ରହିବ। ଇଲେକ୍ଟ୍ରୋନିକ୍‌ ଭାବେ ଜାରି ହେଉଥିବା Registration Certificateକୁ Electronic Signature ଓ Electronic Seal ସହିତ ପ୍ରଦାନ କରାଯିବ ଏବଂ ଏହାର ଆଇନଗତ ବୈଧତା ଭୌତିକ ପ୍ରମାଣପତ୍ର ସହ ସମାନ ରହିବ।

ଏହି ବ୍ୟବସ୍ଥାରେ ପଞ୍ଜୀକରଣ ରେକର୍ଡକୁ Land Records, Cadastral Maps, Revenue Records, ULBs, Planning Authorities, Financial Institutions ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥା ସହ ଡିଜିଟାଲ୍‌ ଭାବେ ସଂଯୁକ୍ତ କରାଯିବ। ପଞ୍ଜୀକରଣ ରେକର୍ଡ, ଲ୍ୟାଣ୍ଡ ରେକର୍ଡ ଓ Mutation Registers ମଧ୍ୟରେ ସମନ୍ୱୟ କରି mutation ପ୍ରକ୍ରିୟାକୁ ମଧ୍ୟ ଇଲେକ୍ଟ୍ରୋନିକ୍‌ ଭାବେ ଆରମ୍ଭ ଓ ସମାପ୍ତ କରିବାର ବ୍ୟବସ୍ଥା ରହିବ। ଏଥିସହିତ ଇଲେକ୍ଟ୍ରୋନିକ୍‌ ରେକର୍ଡର ସଂରକ୍ଷଣ, ଆର୍କାଇଭିଂ, ସାଇବର ସୁରକ୍ଷା ଓ Disaster Recovery ପାଇଁ ମଧ୍ୟ ଆଇନଗତ ବ୍ୟବସ୍ଥା କରାଯିବ।

ପ୍ରସ୍ତାବିତ ଇ-ରେଜିଷ୍ଟ୍ରେସନ୍ ତଥା ପେପରଲେସ୍‌ ପଞ୍ଜୀକରଣ ବ୍ୟବସ୍ଥାରେ Sale Deed, Agreement to Sale, General Power of Attorney ଏବଂ Mortgage of Immovable Property ଭଳି ଦଲିଲ ପାଇଁ ପ୍ରସ୍ତାବିତ ଡିଡ୍‌ ଟେମ୍ପ୍ଲେଟ୍‌ ରହିବ lପ୍ରସ୍ତାବିତ ସଂଶୋଧନ ମାଧ୍ୟମରେ ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପାରଦର୍ଶୀ, ନାଗରିକକୈନ୍ଦ୍ରିକ, ଦ୍ରୁତ, ସୁରକ୍ଷିତ ଓ ସମ୍ପୂର୍ଣ୍ଣ ଡିଜିଟାଲ୍‌ କରିବା ସହିତ ଭୂ-ରେକର୍ଡ ଓ ଅନ୍ୟାନ୍ୟ ସରକାରୀ ତଥ୍ୟଭଣ୍ଡାର ମଧ୍ୟରେ ଉତ୍ତମ ସମନ୍ୱୟ ସ୍ଥାପନ କରିବା ଲକ୍ଷ୍ୟ ରହିଛି। ପ୍ରସ୍ତାବିତ ଆଇନଗତ ସଂଶୋଧନ ଲାଗୁ ମାଧ୍ୟମରେ ରାଜ୍ୟର ପଞ୍ଜୀକରଣ ବ୍ୟବସ୍ଥାକୁ ଅଧିକ ପ୍ରଯୁକ୍ତିସମ୍ପନ୍ନ, ପାରଦର୍ଶୀ, ସୁରକ୍ଷିତ, ସହଜ ଓ ଲୋକାଭିମୁଖୀ କରିବା ଦିଗରେ ରାଜସ୍ୱ ବିଭାଗ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking