31.1 C
Bhubaneswar
Saturday, October 24, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା: ଜିରୋ କାଜୁଆଲଟି ସରକାରଙ୍କ ଲକ୍ଷ୍ୟ

ସମ୍ଭାବ୍ୟ ବାତ୍ୟା: ଜିରୋ କାଜୁଆଲଟି ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସରକାରଙ୍କ ପ୍ରଥମ ଲକ୍ଷ୍ୟ ହେଲା ଜିରୋ କାଜୁଆଲିଟି । ଦ୍ବିତୀୟ ଲକ୍ଷ୍ୟ ହେଲେ ପୁନରୁଦ୍ଧାର ଓ ମରାମତି । ଏଥି ପାଇଁ NDRF, ODRAF, ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି ।ଆସନ୍ତା ୨୮ ଓ ୨୯ ତାରିଖରେ ବିଶେଷ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳମାନେ ଏନେଇ ନିଷ୍ପତ୍ତି ନେଇ ପାରିବେ । ବିଶେଷ କରି ଦକ୍ଷିଣ ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଅଧିକ ରହିବ । କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଭଳି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିବ । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଅଧିକ ବର୍ଷା ହେବ ।

ସେପଟେ, ସମ୍ଭାବ୍ୟ ବାତ୍ୟା ପାଇଁ କୃଷି ଭବନରେ ବସିଥିଲା ସମୀକ୍ଷା ବୈଠକ । ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ସାଇକ୍ଲୋନିକ ଷ୍ଟର୍ମକୁ ଦୃଷ୍ଟିରେ ରଖି କୃଷି ବିଭାଗ କ’ଣ ପଦକ୍ଷେପ ନିଆଯିବ ସେ ନେଇ ବୈଠକରେ ଚର୍ଚ୍ଚା ଆଲୋଚନା ହୋଇଛି । କୃଷି ବିଭାଗ ସମୀକ୍ଷା ବୈଠକ ପରେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କହିଛନ୍ତି, କୃଷି ବିଭାଗର ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଚାଷୀଙ୍କ ପାଇଁ ଆଡ଼ଭାଇଜରି ଜାରି କଲା କୃଷି ବିଭାଗ । ଧାନ ପାଚିଥିଲେ ଅମଳ କରି ଘୋଡେଇ ରଖିବାକୁ ଜିଲ୍ଲା କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ । ପାଚି ନ ଥିଲେ ଅମଳ ନକରିବାକୁ ପରାମର୍ଶ । ଜିଲ୍ଲା କୃଷି ଅଧିକାରୀ, ଜିଲ୍ଲାପାଳଙ୍କୁ ସହ ସମନ୍ୱୟ ରକ୍ଷା କରି ବିଭାଗ ସହ ଯୋଗାଯୋଗରେ ରହିବେ । କଣ୍ଟ୍ରୋଲ୍ ରୁମ୍‌ରେ ରହିବେ ଉପମୁଖ୍ୟମନ୍ତ୍ରୀ ଓ କୃଷି ସଚିବ । ଜିରୋ କାଜୁଆଲଟି ସରକାରଙ୍କ ଲକ୍ଷ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking