କଟକ: କଟକରେ ରେଳ ଧାରଣାରୁ ଜଣେ ASIଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ASI ହେଉଛନ୍ତି ଜିତେନ୍ଦ୍ର ସାମନ୍ତରାୟ। ସେ ଟ୍ରେନିଂରେ ଥିବା ସୂଚନା ମିଳିଛି। ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି।ସୂଚନା ଅନୁସାରେ, ଜିତେନ୍ଦ୍ର କଟକର ବିଡ଼ାନାସୀ ଚହଟା ଅଞ୍ଚଳରେ ରହୁଥିଲେ। ତାଙ୍କ ଘର ବାଲୁଗାଁରେ ବୋଲି ଜଣାପଡ଼ିଛି। ରେଳ ଧାରଣାରୁ ତାଙ୍କ ମୃତଦେହ ମିଳିବା ପରେ ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିଛି।ତେବେ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ତଥ୍ୟ ମିଳିବା ପରେ ହିଁ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।










