କେନ୍ଦ୍ରାପଡ଼ା : ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ସପ୍ତାହରେ କେନ୍ଦ୍ରାପଡ଼ା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ ରଘୁରାମ ଆର୍. ଆୟର l ଏକ ସାମ୍ବାଦିକ ସମ୍ମିଳନୀରେ ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ସୂଚନା ଦେବା ସହ ଆସନ୍ତା ୨୭, ୨୮, ୨୯ ତାରିଖ ୩ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଜିଲ୍ଲାପାଳ l ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ତୋରଣ ଓ ଲାଇଟ୍ ଗେଟ୍ ଗୁଡିକ ଖୋଲି ଦେବା ପାଇଁ ପୂଜା କମିଟି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି lସେହିପରି ଜିଲ୍ଲାର ୧୩୦ ଗୋଟି ବାତ୍ୟା ଆଶ୍ରୟସ୍ଥଳୀକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ୧୧୩ ପଞ୍ଚାୟତର ଥିବା ୩୭୩ ସମ୍ବେଦନଶୀଳ ଅଞ୍ଚଳରୁ ଆବଶ୍ୟକ ସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରସାଶନ ଯୋଜନା କରିଛି l କୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ୩୫ ହଜାର କ୍ବିଣ୍ଟାଲ ଚାଉଳ, ୪ ହଜାର ପ୍ୟାକେଟ୍ ପଲିଥିନ, ଅତ୍ୟାବଶ୍ୟକ ଔଷଧ, ସାପ କାମୁଡା ଇଞ୍ଜେକସନ ମହଜୁଦ ରହିଛି l ପୌରାଞ୍ଚଳରେ ଜଳ ନିଷ୍କାସନ ପାଇଁ ପାଣି ପମ୍ପ୍ ରଖାଯିବା ସହିତ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ପ୍ରଶାସନ l










