ଢେଙ୍କାନାଳ: କାମାକ୍ଷାନଗରରେ ଭତ୍ତା ହିତାଧିକାରୀଙ୍କ ଆତ୍ମହତ୍ୟା ଅଭିଯୋଗ । ଢେଙ୍କାନାଳ ପରଜଙ୍ଗ ବ୍ଲକ ରୋଡ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ୪ ମାସ ହେଲା ଭତ୍ତା ନ ମିଳିବାରୁ ହିତାଧିକାରୀ ଜଣଙ୍କ ଏଭଳି ଚମରମ ନିଷ୍ପତ୍ତି ନେଇଛନ୍ତି । ବାଉତି ଜଙ୍ଗଲରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଘନ ଶ୍ୟାମ ସାହୁ । ଗ୍ରାମବାସୀଙ୍କ କହିବା ଅନୁସାରେ, ଘନ ଶ୍ୟାମ ସାହୁ ସମ୍ପୁର୍ଣ୍ଣ ଭତ୍ତା ଟଙ୍କା ଉପରେ ନିର୍ଭରଶୀଳ ଥିଲେ । ସେ ଏକୁଟିଆ ଭତ୍ତା ଟଙ୍କାରେ ନିିଜର ଜୀବିକା ନିର୍ବାହ କରୁଥିଲେ । ଯେତେବେଳେ ୪ ମାସ ହେଲା ଆଉ ଭତ୍ତା ଟଙ୍କା ମିଳିଲା ନାହିଁ ସେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବୋଧ ହୁଏ ଭତ୍ତା ଟଙ୍କା ନ ପାଇବାରୁ ଆତ୍ମହତ୍ୟା କରିଥାଇପାରନ୍ତି । ତେବେ ପ୍ରଶ୍ନ ଯେ, ୪ ମାସ ହେଲା ହିତାଧିକାରୀଙ୍କ ପାଖରେ କାହିଁକି ପହଁଚିପାରିଲା ନାହିଁ ।










