32.1 C
Bhubaneswar
Saturday, October 24, 2026
Homeଓଡିଶାସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ଵର:​ସମ୍ଭାବ୍ୟ ବାତ୍ୟା “ଅର୍ଣ୍ଣବ”କୁ ଦୃଷ୍ଟିରେ ରଖି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଛି। ବର୍ତ୍ତମାନର ଅନୁମାନ ଅନୁସାରେ ଏହି ବାତ୍ୟା କାକିନାଡ଼ା ଆଡ଼କୁ ଅଗ୍ରସର ହେଉଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ଆଜି ବାତ୍ୟାର ଗତିପଥ ଓ ଦିଗ ସଂକ୍ରାନ୍ତରେ ଆକଳନ କରାଯାଇ ମାନଚିତ୍ର ଜାରି କରାଯିବ। ବାତ୍ୟା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ,ଯାହାଫଳରେ ଗଛ ଓ ବିଦ୍ୟୁତ ଖୁଣ୍ଟି ପଡ଼ିଯିବା ସହ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ଏବଂ ଆସନ୍ତା ଅକ୍ଟୋବର ୨୭ ଓ ୨୮ ତାରିଖରେ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ରହିଛି ।

ଏହି ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା କରିବା ପାଇଁ ଓଡ଼ିଶାର ୬ଟି ଜିଲ୍ଲା ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ଥିବା ସମସ୍ତ ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ସମ୍ପୂର୍ଣ୍ଣ ସତର୍କ ରହିବା ସହ ସମସ୍ତ ଅଗ୍ନିଶମ କେନ୍ଦ୍ରକୁ ହାଇ ଆଲର୍ଟରେ ରଖାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକୀୟ ସମସ୍ତ ଯନ୍ତ୍ରପାତି ଯଥା ଇନ୍‌ଫ୍ଲେଟେବଲ୍ ବୋଟ୍, ଆଉଟ୍‌ବୋର୍ଡ ମୋଟର୍, ଲାଇଫ୍‌ବୋଟ୍, ଲାଇଫ୍ ଜ୍ୟାକେଟ୍, ଉଚ୍ଚ କ୍ଷମତାସମ୍ପନ୍ନ ଜଳ ନିଷ୍କାସନ ପମ୍ପ,  ହାଇଡ୍ରୋଲିକ୍ କଟର୍, ହାଇଡ୍ରୋଲିକ୍ ସ୍ପ୍ରେଡର୍, ପ୍ରାଥମିକ ଚିକିତ୍ସା କିଟ୍ ଏବଂ ସର୍ଚ୍ଚଲାଇଟ୍ ଇତ୍ୟାଦି ପ୍ରସ୍ତୁତ ରଖାଯାଇଛି।ବର୍ତ୍ତମାନ ମୁଖ୍ୟତଃ ପ୍ରବଳ ବର୍ଷାକୁ ଆଖିଆଗରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଯଦି ବାତ୍ୟା ନିଜର ଦିଗ ପରିବର୍ତ୍ତନ କରେ, ସେଥିପାଇଁ ମଧ୍ୟ ବିଭାଗ ପକ୍ଷରୁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯିବ।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking