30.1 C
Bhubaneswar
Friday, October 23, 2026
Homeଓଡିଶାରାଜଧାନୀ ରେଡ୍ ଟ୍ରାକରେ ପୁଣି ଗଡ଼ିବ EV ସାଇକେଲ୍

ରାଜଧାନୀ ରେଡ୍ ଟ୍ରାକରେ ପୁଣି ଗଡ଼ିବ EV ସାଇକେଲ୍

ଭୁବନେଶ୍ବର : ଭୁବନେଶ୍ବର ରାସ୍ତାରେ ପୁଣି ଗଡ଼ିବ ସାଇକେଲ । EV ସାଇକେଲ ଚଳାଚଳ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଲୋକଙ୍କ ଆବଶ୍ୟକତା ଓ ଭିତ୍ତିଭୂମି ବିକାଶ ପରେ ଗଡ଼ିପାରେ ସାଇକେଲ। ପ୍ରଦୂଷଣ ହ୍ରାସ ଏବଂ ପରିବେଶ ଅନୁକୂଳ ପାଇଁ ଏହାକୁ ଶୀଘ୍ର ଚାଲୁ କରିପାରନ୍ତି ସରକାର ।

ସୂଚନା ଅନୁଯାୟୀ, ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ୨୦୨୬ ଅବସରରେ ଭୁବନେଶ୍ବରରେ ଏକାମ୍ର ୱାକ୍ସ ଅଧୀନରେ ବିଡିଏ ପକ୍ଷରୁ ସାଇକେଲିଂ ଟ୍ରାଏଲ୍ ଅନୁଷ୍ଠିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାଇକ୍ଲିଂ ଟ୍ରାଏଲ୍ ଶୁଭାରମ୍ଭ କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏହାପରେ ମେୟର ସୁଲୋଚନା ଦାସ, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ଓ କ୍ରୁଟ୍ ର ଏମ୍ ଡି ମହମ୍ମଦ ସାଦିକ୍ ଆଲାମ ଚନ୍ଦ୍ରଶେଖରପୁରରୁ ବଟନିକାଲ ଗାର୍ଡେନ ପର୍ଯ୍ୟନ୍ତ ସାଇକେଲ ଚଳାଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ସାଇକେଲ ଚାଳକ ମଧ୍ୟ ସାମିଲ ହୋଇଥିଲେ। ଏହାଦ୍ବାରା ପ୍ରଦୂଷଣ ହ୍ରାସ ପାଇବା ସହ ପରିବେଶ ଅନୁକୂଳ ଯାତାୟାତକୁ ପ୍ରୋତ୍ସାହନ ମିଳିପାରିବ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ଜବରଦଖଲରେ ଥିବା ସାଇକେଲ୍ ଟ୍ରାକ୍ ଗୁଡ଼ିକୁ ଅବରୋଧମୁକ୍ତ କରିବା ସହ ଏହାର ଉନ୍ନତୀକରଣ କରାଯିବ ବୋଲି କହିଛନ୍ତି ବିଏମ୍ ସି କମିଶନର ଚଞ୍ଚଳ ରାଣା। ଇ-ବାଇକ୍ ସେବା ଆରମ୍ଭ କରିବା ନେଇ ସରକାର ଚିନ୍ତା କରୁଛନ୍ତି। ସହରର ରାସ୍ତା, ଟ୍ରାଫିକ୍ ବ୍ୟବସ୍ଥା ଓ ଲୋକଙ୍କ ଆବଶ୍ୟକତାକୁ ଅନୁଧ୍ୟାନ କରି ଏହି ସେବା ଯୋଗାଇଦେବା ପାଇଁ ନକ୍ସା ପ୍ରସ୍ତୁତ ହେବ। ଏଥିରେ ମାଗଣା ସାଇକେଲ ସେବା ସହ ବ୍ୟବସାୟିକ ମଡେଲ୍ କୁ ମଧ୍ୟ ସାମିଲ କରାଯାଇପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking