32.1 C
Bhubaneswar
Saturday, October 17, 2026
Homeଓଡିଶାମାଆ ଦୁର୍ଗାଙ୍କ ସପ୍ତମୀ ପୂଜା: ବିଲ୍ୱବରଣ ପରେ ମଣ୍ଡପରେ ବିଜେ କରିଛନ୍ତି ମା’

ମାଆ ଦୁର୍ଗାଙ୍କ ସପ୍ତମୀ ପୂଜା: ବିଲ୍ୱବରଣ ପରେ ମଣ୍ଡପରେ ବିଜେ କରିଛନ୍ତି ମା’

ଭୁବନେଶ୍ୱର: ଜଗତ ଜନନୀ ମା ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ । ଆଜି ମଣ୍ଡପରେ ମାଆଙ୍କ ମହା ସପ୍ତମୀ ପୂଜ।। ପରମ୍ପରା ଅନୁଯାୟୀ, ଷଷ୍ଠୀରେ ମା’ଙ୍କର ବେଲବରଣୀ ପୂଜା କରାଯାଏ । ଅର୍ଥାତ ବେଲ ଗଛ ନିକଟରେ ପୂଜା କରାଯାଇ ଘଟ ଆସି ମଣ୍ଡପରେ ରଖାଯାଇଥାଏ । ବେଲ ଗଛରେ ମା ସରସ୍ୱତୀ, ମା କାଳୀ, ମା ଲକ୍ଷ୍‌ମୀ ବିରାଜମାନ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ମାଆ ଦୁର୍ଗା ସୁସଜ୍ଜିତ ମାଆ ଦୁର୍ଗା ସୁସଜ୍ଜିତ ପୂଜା ମଣ୍ଡପରେ ବିଜେ କରିଛନ୍ତି । ଆଜି ମହାସପ୍ତମୀରେ ମାଆଙ୍କର ମୃଣ୍ମୟୀ ପ୍ରତିମାରେ ଓ ଘଟ ସ୍ଥାପନ କରାଯିବ । ଆଜିଠୁ ମାଆଙ୍କର ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଲାଗିଲାଣି ଗହଳିଚହଳି । ଟୁଇନ ସିଟିର ସୁଉଚ୍ଚ ତୋରଣ ଓ ଲାଇଟ ରେ ଝଲସୁଛି ସହର ବଜାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking